ପୁରୀ ୧୪/୬ ପୁରୀ ପାନ୍ଥନିବାସରେ ଆଜି ପୂର୍ବାହ୍ନରେ ରଜପର୍ବ ପାଳିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଶ୍ରୀମନ୍ଦିର ନିତୀ ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି, ଉପ ପ୍ରଶାସକ ରଞ୍ଜନ କୁମାର ବେହେରା, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ପାନ୍ଥନିବାସ ପରିଚାଳକ ଚନ୍ଦ୍ର କାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶାର ଗଣପର୍ବ ରଜ ସମ୍ପର୍କରେ ପର୍ଯ୍ୟଟକ ମାନଙ୍କୁ ଅବଗତ କରାଇଥିଲେ।ଏହି ଅବସରରେ ପୋଡପିଠା ସହ ଅନ୍ୟାନ୍ୟ ପିଠା ଓ ଖାଦ୍ୟ ପାନ ଇତ୍ୟାଦି ପ୍ରଦର୍ଶନ ଓ ପ୍ରଦାନ କରାଯାଇଥିଲା।ଦୋଳି ର ବ୍ୟବସ୍ଥା କରାଯାଇଥିଲା ପାହା ପିଲା ଓ ମହିଳା ମାନଙ୍କୁ ବିଶେଷ ଆକୃଷ୍ଟ କରିଥିଲା।ପାନ୍ଥନିବାସର କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ର ବ୍ୟବସ୍ଥା ହୋଇଛି ବୋଲି ପରିଚାଳକ ଶ୍ରୀ ଦାସ ସୂଚନା ଦେଇଥିଲେ।
ପାନ୍ଥନିବାସରେ ରଜପର୍ବ ପାଳିତ
No Comments
June 14, 2026 11:30 pm

Previous Article
Next Article

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କଲେ ରାଜ୍ୟପାଳ
ମହାପ୍ରଭୂଙ୍କ ନାମ ନେଇ ବଡ଼ଦାଣ୍ଡରେ ଚାଲିଲେ ପ୍ରଶାସନ ଯଦି ଗିରଫ କରିବ, ତେବେ ଗିରଫଦାରି କୁ ସ୍ୱାଗତ।

Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





