Home / ମୁଖ୍ୟ ଖବର / ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା; ପୁରୀ ରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ସାମ୍ବାଦିକ ସମ୍ମିଳନୀ।

ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା; ପୁରୀ ରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ସାମ୍ବାଦିକ ସମ୍ମିଳନୀ।

ପୁରୀ ୧୯/୦୬: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ଆଜି ପୁରୀ ସର୍କିଟ ହାଉସ ସମ୍ମିଳନୀ ଗୃହରେ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡ଼ିଶା ସାରା ଅଭିଯାନର ଅଂଶ ବିଶେଷ ଗଣମାଧ୍ୟମ ପ୍ରତିନିଧିମାନ ଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ ବିସ୍ତୃତ ସୂଚନା ଦେଇ ଆମ ସରକାର ଲୋକ ଙ୍କ ସରକାର ଓ ସେମାନଙ୍କ ସମସ୍ୟା ସମାଧାନ କୁ ଗୁରୁତ୍ୱ ଦେଇ ଗତ ଦୁଇ ବର୍ଷ ମଧ୍ୟରେ ୧୪୬୫୧ ଅଭିଯୋଗ ଗ୍ରହଣ ହୋଇଥିବା ବେଳେ ଶତକଡା ୯୫ ହାରରେ ୧୩୮୯୭ ଟି ର ସମାଧାନ ହୋଇଛି ବୋଲି କହିଥିଲେ।ଅଭିଯୋଗ ଶୁଣାଣି ରେ ମଧ୍ୟ ୮୬ ଜଣ ହିତାଧିକାରୀଙ୍କୁ ୭୩ଲକ୍ଷ ୮୦ ହଜାର ଟଙ୍କାର ସହାୟତା ଦିଆଯାଇଛି। ପୁରୀ ଜିଲ୍ଲା ରେ ଖାଦ୍ୟ ସୁରକ୍ଷା ଯୋଜନା ରେ ଜାତୀୟ ଓ ରାଜ୍ୟ ର ମୋଟ ୧୨୮୭୭୬୭ ଜଣ ହିତାଧିକାରୀ ଙ୍କୁ ମଇ ଓ ଜୁନ ମାସ ଠାରୁ ମୁଣ୍ଡ ପିଛା ୫ କେଜି ପରିବର୍ତ୍ତେ ୧୦ କେଜି ଲେଖାଏଁ ଚାଉଳ ଦିଆଯାଉଛି।ପୁରୀ ଜିଲ୍ଲା ରେ ୨୦୨୪-୨୫ ଖରିଫ ଋତୁରେ ୪୭୧୦୩ ଜଣ ଚାଷୀ ଙ୍କ ଠାରୁ ୨୦୫୩୮୮୪.୨୪ କ୍ୟୁଣ୍ଟାଲ ଓ ରବି ଋତୁରେ ୨୫୩୨୧ ଜଣଙ୍କ ଠାରୁ ୬୦୦୪୬୮.୮୨ କ୍ୟୁଣ୍ଟାଲ ଧାନ ସଂଗ୍ରହ ହୋଇଛି।ସେହିପରି ଚଳିତ ବର୍ଷ ଖରିଫ ଋତୁରେ ୫୮୦୦୫ ଜଣଙ୍କ ଠାରୁ ୨୦୩୬୪୫୯.୫୬ କ୍ୟୁଣ୍ଟାଲ ଧାନ ସଂଗ୍ରହ ହୋଇଛି।ସୁଭଦ୍ରା ଯୋଜନା ରେ ଜିଲ୍ଲାର ୪୨୦୦୦୩ ଜଣ ହିତାଧିକାରୀ ଙ୍କୁ ୮୫୩ କୋଟି ୫୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।ଜିଲ୍ଲାର ୧୭୬୧୩ ଜଣ ଲକ୍ଷ ପତି ଦିଦି ସୃଷ୍ଟି ହୋଇ ପାରିଛନ୍ତି। ଜିଲ୍ଲାରେ ୭୧୭୬୬୨ ଜଣ ଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ ପ୍ରଦାନ କରାଯାଇଥିବା ଵେଳେ ପ୍ରାୟ ୫୮ ହଜାର ବ୍ୟକ୍ତି ଉପକୃତ ହୋଇଛନ୍ତି।ଚିକିତ୍ସା ସୁବିଧା ବାବଦରେ ଖର୍ଚ୍ଚ ହୋଇଛି ୩୦୩,୬୩,୯୦,୬୯୨ ଟଙ୍କା।ବୟୋ ବନ୍ଦନା ଯୋଜନା ରେ ୩୮୬୭୦ କାର୍ଡ ବଣ୍ଟନ କରାଯାଇଛି।ଜନଜାତି ବିକାଶ କ୍ଷେତ୍ରରେ ମାଟ୍ରିକ ପୂର୍ବ ଓ ପରବର୍ତ୍ତୀ ଛାତ୍ର ବୃତ୍ତି ପାଇଁ ୧୧୪୧୨୦ ବିଦ୍ୟାର୍ଥୀ ଙ୍କୁ ପ୍ରାୟ ୮୦କୋଟି ଟଙ୍କା ର ସହାୟତା ପ୍ରଦାନ କରାଯାଇଛି।ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ରେ ୩୧ ଟି ଗ୍ରାମକୁ ୪୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।ମଧୁବାବୁ ପେନସନ ଯୋଜନା ରେ ୨୦୨୪-୨୫ ରେ ୫୪୩୬ ଜଣ ଓ ୨୫-୨୬ ରେ ୫୮୫୯ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୬୪୬୩ ଜଣ ଓ ଅନ୍ତୋଦୟ ଗୃହ ଯୋଜନା ରେ ୩୪୯୮ ଜଣ ଉପକୃତ ହୋଇଛନ୍ତି।ପୁରୀ ଆଇଟିଆଇ କୁ ୧୦୦ କୋଟି ଟଙ୍କା ବ୍ୟୟରେ ଉତ୍କର୍ଷ ଆଇଟିଆଇ କରାଯିବ।ଡେଲାଙ୍ଗ ଓ ନିମାପଡା ରେ ୨ ଗୋଟି ଏମ ଏସ ଏମ ଇ ପାର୍କ କରାଯିବ।ଓଡିଶାରେ ୨ ଟି ସେମିକଣ୍ଡକ୍ଟର ପ୍ରକଳ୍ପ ଓ ଡିଫେନ୍ସ ରେ ସହାୟକ ଉପକରଣ ପାଇଁ ପ୍ରକଳ୍ପ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ସୂଚନା ଦେଇଥିଲେ। ଏଥିରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ନେହା ଅରୁଗୁଳା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ କରିଥିଲେ।ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ମନ୍ତ୍ରୀ ଙ୍କ ସହ ବାର୍ତ୍ତାଳାପ ଓ ବିବିଧ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply