Home / ମୁଖ୍ୟ ଖବର / ସରସ୍ଵତୀ ଶିଶୁ ମନ୍ଦିର ଆନୁକୂଲ୍ୟରେ ରକ୍ତଦାନ ପାଇଁ ସଚେତନତା ଶୋଭାଯାତ୍ରା ।

ସରସ୍ଵତୀ ଶିଶୁ ମନ୍ଦିର ଆନୁକୂଲ୍ୟରେ ରକ୍ତଦାନ ପାଇଁ ସଚେତନତା ଶୋଭାଯାତ୍ରା ।

ନୟାଗଡ଼,ତା-୧୧.୭.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ନୟାଗଡ଼ ବ୍ଲକ ବାଲୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଣିପୋଇଲା ସରସ୍ବତୀ ଶିଶୁମନ୍ଦିର ଆନୁକୂଲ୍ୟରେ ରକ୍ତଦାନ ପାଇଁ ସଚେତନତା ଶୋଭାଯାତ୍ରା ବିଦ୍ୟାମନ୍ଦିରର ସମ୍ପାଦକ ମନୋରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଅଛି | ଶିଶୁମନ୍ଦିରର କୁନି କୁନି ଶିଶୁମାନେ ପାଣିପୋଇଲା ଠାରୁ ବାହାରି ଖଣ୍ଡପଡା ବ୍ଲକ ଶିଖରପୁର ଗ୍ରାମ ପର୍ଯ୍ୟନ୍ତ ରକ୍ତଦାନ ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ହାତରେ ପ୍ଲାଗକାର୍ଡ ଧରି

ଶୋଭାଯାତ୍ରାରେ ବାହାରିଥିଲେ ଏବଂ ଲୋକମାନଙ୍କୁ ରକ୍ତଦାନର ମହତ୍ତ୍ୱ ବିଷୟରେ ଅବଗତ କରାଇଥିଲେ | ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ଅଭିଭାବିକା ସାମିଲ ହୋଇଥିଲେ | ତା ୧୨/୦୭/୨୬ ରିଖ ରବିବାର ଦିନ ଶିଶୁମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଥିବାରୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିଛି ରକ୍ତଦାତା ସଂଗ୍ରହ କରାଯାଇଥିଲା | ଅନୁଷ୍ଠାନର ଶିଶୁମାନଙ୍କର ଏହି ପରିଶ୍ରମ, ଅଭିଭାବକ ଅଭିଭାବିକା ମାନଙ୍କର ସମର୍ଥନ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କର ସକ୍ରିୟ ସହଯୋଗ ହେତୁ କାର୍ଯ୍ୟକ୍ରମ ସଫଳତା ଲାଭ କରିଥିବାରୁ ବିଦ୍ୟାମନ୍ଦିରର ସମ୍ପାଦକ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି |

SPREAD YOUR LOVE WITH YOUR FRIENDS AND FAMILY

Leave a Reply