Home / ମୁଖ୍ୟ ଖବର / ଠାକୁର ଅଜା ଶ୍ରୀସିଦ୍ଧ ବଳରାମ ଙ୍କ ରଥଯାତ୍ରା

ଠାକୁର ଅଜା ଶ୍ରୀସିଦ୍ଧ ବଳରାମ ଙ୍କ ରଥଯାତ୍ରା

ସତ୍ୟବାଦୀ : ୨୬/୬/୨୦୨୬ – ସ୍ଥାନୀୟ ବକୁଳ ବନର ଅଧିଶ୍ବର ଠାକୁର ଅଜା ଭାବରେ ପୂଜା ପାଉଥିବା ଶ୍ରୀସିଦ୍ଧ ବଳରାମଦେବଙ୍କ ରଥଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଦୈନନ୍ଦିନ ଦେବନୀତି ମଧ୍ୟରେ ମଙ୍ଗଳ ଆଳତୀ, ଅବକାଶ, ବାଳ ଭୋଗ ପରେ ମଧ୍ୟାହ୍ନରେ ଚକା ଛାଡ଼ ଖେଚୁଡ଼ି ଭୋଗ ଅନୁଷ୍ଠିତ ହୋଇଥିଲା। ଛେରା ପହରା ନୀତି ପରେ ଘଣ୍ଟ, ଘଣ୍ଟି, କାହାଳୀ, ମୃଦଙ୍ଗ ଵାଦ୍ୟ ମଧ୍ୟରେ ଠାକୁରଙ୍କ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା। ଟାହିଆ ଲାଗି ଓ ମଙ୍ଗଳାର୍ପଣ କରାଯାଇ ଶ୍ରଦ୍ଧାଳୁ ଓ ଛୋଟ ଛୋଟ ପିଲାମାନେ ମନ୍ଦିର ନିକଟରୁ ରଥଟାଣି ନେଇଥିଲେ। ଚନ୍ଦନ ପୋଖରୀ ଚନ୍ଦନ ଚକଡାରେ ଠାକୁର ବିରାଜମାନ କରିଥିଲେ l ନବ ଦିନ ଠାକୁର ଏହି ପୀଠରେ ଅବସ୍ଥାନ କରିବେ l ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ତରଫରୁ ସୁନ୍ଦର ଭାବେ ରଥରେ ଫୁଲ ମାଳ ସଜ୍ଜା ଯାଇଥିବା ବେଳେ ରାଜ୍ୟ ସଂସ୍କୃତି ବିଭାଗର

କଳାକାର ମାନେ ଘଣ୍ଟ ମର୍ଦ୍ଦଳ, ସଂକୀର୍ତ୍ତନ ଓ ଯୋଡ଼ି ଶଙ୍ଖ ଆଦି ବାଦ୍ୟ ନୃତ୍ୟ ପରିବେଷଣ କରିଥିଲେ l ସେବାୟତ ସୋମନାଥ ମହାପାତ୍ର, ଲୋକନାଥ ମହାପାତ୍ର, ରାଧାନାଥ ମହାପାତ୍ର, ଚନ୍ଦ୍ରଶେଖର ମହାପାତ୍ର, ଓମ୍ ପ୍ରକାଶ ମହାପାତ୍ର, ରାକେଶ ମହାପାତ୍ର, ଦେବଶକ୍ତି ମହାପାତ୍ର, ପ୍ରମୁଖ ସେବାୟତ ମାନେ ଠାକୁରଙ୍କ ଦେବନୀତି ସମ୍ପାଦନା କରିଥିଲେ l ରଥଟଣା ସମୟରେ ମନ୍ଦିର ସୁପରଭାଇଜର ବିଶ୍ବନାଥ ମହାପାତ୍ର, ମନୋରଞ୍ଜନ ମହାନ୍ତି, କର୍ମଚାରୀ ଶିବ ପ୍ରସାଦ ସାହୁ, ସଞିବ କୁମାର ବିଶ୍ବାଳ, ନାରାୟଣ ମିଶ୍ରଙ୍କ ସହିତ, ବିଶ୍ଵକର୍ମା, ମଣ୍ଡଣି ସୁଆଁସିଆ, ଵାଜାଵାଲା, ଭୋଇ ସେଵାୟତ ମାନେ ରଥଚଳା କାର୍ଯ୍ୟରେ ସହଯୋଗ କରିଥିଲେ ।ସତ୍ୟବାଦୀ ପୋଲିସ ଶାନ୍ତି ଶୃଙ୍ଖଳା ପାଇଁ ମୁତୟନ ରହିଥିଲେ। ଏହି ଅବସରରେ ଠାକୁର ଙ୍କ ପ୍ରିୟ ପାଚିଲା ପଣସ ଭୋଗଲାଗି କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply