Home / ମୁଖ୍ୟ ଖବର / ‘ଶ୍ୟାମଳ ସୁଖ’ ଉନ୍ମୋଚିତ

‘ଶ୍ୟାମଳ ସୁଖ’ ଉନ୍ମୋଚିତ

ପୁରୀ:୧୯/୭: ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାକକ୍ଷରେ ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦ ଓ ଅନୁରାଗ ଟାଇମସ ପକ୍ଷରୁ ରଥଯାତ୍ରା ଉତ୍ସବ ପାଳିତ ହୋଇଯାଇଛି l ଆୟୋଜିତ ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ଅନୁଷ୍ଠାନର ସଭାପତି ବରିଷ୍ଠ ସାହିତ୍ୟିକ ମାନସ ରଞ୍ଜନ ମହାପାତ୍ର । ଡକ୍ଟର ଭଗବାନ ଜୟସିଂହ ଉନ୍ମୋଚକ, ସମରେନ୍ଦ୍ର ମହାପାତ୍ର ପ୍ରକାଶକ, ଇଂ ସୂର୍ଯ୍ୟ ନାରାୟଣ ରଥ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି, ଅନୁଷ୍ଠାନର ସମ୍ପାଦକ ବିଶ୍ୱମିତ ମିଶ୍ର ଏବଂ ଲେଖକ ନିର୍ମଳ ଚନ୍ଦ୍ର ମିଶ୍ର ମଞ୍ଚାସୀନ ଥିଲେ। ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ରଚିତ କବିତା ସଙ୍କଳନ ‘ଶ୍ୟାମଳ ସୁଖ’କୁ ମଞ୍ଚାସୀନ ଅତିଥି ଉନ୍ମୋଚନ କରିଥିଲେ। ଉନ୍ମୋଚନ ପର କବୀ ଶୈଳବାଳା ମହାପାତ୍ର, ସୈ।ଭାଗ୍ୟ ପଟ୍ଟନାୟକ, ଆଲୋକ ପ୍ରଧାନ, ଅନ୍ତର୍ଯ୍ୟାମୀ ମିଶ୍ର, ସୁଚିତ୍ରା ରଥ, ସର୍ବାଣୀ ଦାସ, ସୁଦୀପ୍ତା ମିଶ୍ର, ବିଚିତ୍ରା ଦାଶ, ସବିତା ମିଶ୍ର, ପ୍ରମୁଖ ଉନ୍ମୋଚିତ ସଂକଳନରୁ କବିତା ଆବୃତ୍ତି କରିଥିଲେ। ଏହି ଉତ୍ସବରେ ପୁରୀ ସହରର ବହୁ ସାହିତ୍ୟ ପ୍ରେମୀ ଯୋଗଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply