Home / ମୁଖ୍ୟ ଖବର / ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀଙ୍କ ଅବସର- ସାମ୍ବାଦିକ ଭବନରେ ସମ୍ବର୍ଦ୍ଧନା

ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀଙ୍କ ଅବସର- ସାମ୍ବାଦିକ ଭବନରେ ସମ୍ବର୍ଦ୍ଧନା

ନୟାଗଡ଼,ତା-୩୧.୭.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଶ୍ରୀ ସିଦ୍ଧାର୍ଥ ଦେ (ଦେ ବାବୁ) ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ବର୍ଷ ନିଷ୍ଠାପର ଭାବେ ନୟାଗଡ଼ ଜିଲ୍ଲାରେ ସେ କାର୍ଯ୍ୟକରୀ ସୁନାମ ଅର୍ଜନ କରିଛନ୍ତି। ସେ ଜଣେ ସରଳ, ଶାନ୍ତ, ମିଷ୍ଟଭାଷୀ କର୍ମଚାରୀ ଭାବେ ସମଗ୍ର ଜିଲ୍ଲାରେ ପରିଚିତ ଥିଲେ। ସନ୍ଧ୍ୟାରେ ନୟାଗଡ଼ ସାମ୍ବାଦିକ ଭବନରେ ଏକ ସମ୍ବର୍ଦ୍ଧନା ସଭା ସଭାପତି ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ହୋଇଥିଲା। ଏହି ସଭାକୁ ସମ୍ପାଦକ ଅନୀଲ କୁମାର ପଣ୍ଡା ସଂଯୋଜନା କରିଥିବା ବେଳେ ସାମ୍ବାଦିକମାନେ ସିଦ୍ଧାର୍ଥ ଦେଙ୍କୁ ନେଇ ନିଜ ନିଜର ଅନୁଭୂତି ବଖାଣିଥିଲେ। ନୟାଗଡ଼ ଜିଲ୍ଲାର ସାମ୍ୱାଦିକଙ୍କ ପାଇଁ ସେ କରିଥିବା ସାହାଯ୍ୟ ଓ ସହଯୋଗ ସମସ୍ତଙ୍କ ମନେ ରହିବ ବୋଲି କହିଥିଲେ। ଶ୍ରୀଯୁକ୍ତ ଦେ, ନୟାଗଡ଼ରେ ଦୀର୍ଘ ୩୨ ବର୍ଷ କାଳ ସୁଚାରୁ ରୂପେ ନିଜର ଦାୟିତ୍ୱ ନିର୍ବାହ କରି ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply