Home / ମୁଖ୍ୟ ଖବର / ବୀରରାମଚନ୍ଦ୍ରପୁର ଯୁବକ ସଂଘର ୧୧୮ତମ ବାର୍ଷିକ ଉତ୍ସବ ପାଳିତବିଧାୟକଙ୍କ ଦ୍ୱାରା ନୂତନ ଗୃହ ଉଦ୍‌ଘାଟିତ, ଗ୍ରାମର ବିକାଶ ଓ ସମସ୍ୟା ଉପରେ ଆଲୋଚନା

ବୀରରାମଚନ୍ଦ୍ରପୁର ଯୁବକ ସଂଘର ୧୧୮ତମ ବାର୍ଷିକ ଉତ୍ସବ ପାଳିତବିଧାୟକଙ୍କ ଦ୍ୱାରା ନୂତନ ଗୃହ ଉଦ୍‌ଘାଟିତ, ଗ୍ରାମର ବିକାଶ ଓ ସମସ୍ୟା ଉପରେ ଆଲୋଚନା

ସତ୍ୟବାଦୀ, ୨୬ ଅକ୍ଟୋବର: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଆଦ୍ୟ ଶାସନ ବୀରରାମଚନ୍ଦ୍ରପୁର ଗ୍ରାମରେ ବୀରରାମଚନ୍ଦ୍ରପୁର ଯୁବକ ସଂଘର ୧୧୮ତମ ବାର୍ଷିକ ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଛି। ଏହି ଅବସରରେ ଗ୍ରାମର ବିକାଶ, ଅଧୁରା ଉନ୍ନୟନମୂଳକ କାର୍ଯ୍ୟ ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା ସହ ବିଭିନ୍ନ ସାଂସ୍କୃତିକ ପରିବେଷଣ ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର ଯୋଗଦେଇଥିଲେ। ରାଜ୍ୟ ସରକାରଙ୍କ ଦୁଇ ବର୍ଷର ଶାସନ କାଳ ମଧ୍ୟରେ ବୀରରାମଚନ୍ଦ୍ରପୁର ଗ୍ରାମ ପାଇଁ ଅନୁମୋଦିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ଓ ବାକି ରହିଥିବା କାର୍ଯ୍ୟଗୁଡ଼ିକୁ ଶୀଘ୍ର ଶେଷ କରିବା ସମ୍ପର୍କରେ ସେ ନିଜ ମତ ରଖିଥିଲେ।ମୁଖ୍ୟବକ୍ତା ଭାବେ କନକ ନ୍ୟୁଜ୍‌ର ଇଲେକ୍ଟ୍ରୋନିକ୍‌ ମିଡିଆ ଏବଂ ଦୈନିକ ଖବରକାଗଜ ‘ସମ୍ବାଦ’ ସହ ସମ୍ପୃକ୍ତ ନିର୍ବାହୀ ଅଧିକାରୀ ଭବାନୀ ଶଙ୍କର ତ୍ରିପାଠୀ ଯୋଗଦେଇ ଗ୍ରାମର ପ୍ରମୁଖ ସମସ୍ୟାଗୁଡ଼ିକୁ ବିଧାୟକଙ୍କ ଦୃଷ୍ଟିକୁ ଆଣିଥିଲେ। ସାଂସଦଙ୍କ ପ୍ରତିନିଧି ତ୍ରିଲୋଚନ ରଥ ଏବଂ ପୁରୀର ବ୍ୟବସାୟୀ ଓ ଯୁବ ସମାଜସେବୀ ଦିପେନ ଚନ୍ଦ୍ର ଦେବ ସମ୍ମାନିତ ଅତିଥି ଭାବେ ଉତ୍ସବରେ ସାମିଲ ହୋଇଥିଲେ।ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ଯୁବକ ସଂଘର ଉପର ମହଲାର ନୂତନ ଗୃହ ଉଦ୍‌ଘାଟନ। ବିଧାୟକ ଓମ୍‌ ପ୍ରକାଶ ମିଶ୍ର ଏହି ଗୃହକୁ ଉଦ୍‌ଘାଟନ କରିଥିଲେ। ଏହା ସଂଘର ଭବିଷ୍ୟତ କାର୍ଯ୍ୟକଳାପ ଓ ସାମାଜିକ କାର୍ଯ୍ୟକ୍ରମ ପାଇଁ ଉପଯୋଗୀ ହେବ ବୋଲି ଆଶା ପ୍ରକାଶ କରାଯାଇଥିଲା।ଯୁବକ ସଂଘର ଅଧ୍ୟକ୍ଷ କ୍ଷେତ୍ରମୋହନ ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ରବୀନ୍ଦ୍ର କୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ପ୍ରଭାତ କୁମାର ମିଶ୍ର, ପ୍ରସନ୍ନଜିତ ମିଶ୍ର, ପ୍ରଦୀପ୍ତ ମହାପାତ୍ର, ସୌଜନ୍ୟକାନ୍ତ ଦାଶ, ବଳଭଦ୍ର ମହାପାତ୍ର, ଚନ୍ଦ୍ରକାନ୍ତ ମିଶ୍ର, ସନ୍ତୋଷ ରଥ ଓ ସନ୍ତୋଷ ମହାପାତ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।ଉତ୍ସବର ଶେଷ ପର୍ଯ୍ୟାୟରେ ମନୋରଞ୍ଜନଭିତ୍ତିକ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇଥିଲା। ଗ୍ରାମର କୁନି କଳାକାରଙ୍କଠାରୁ ଆରମ୍ଭ କରି ଯୁବକ-ଯୁବତୀମାନେ ଓଡ଼ିଶୀ, ସମ୍ବଲପୁରୀ ଓ ଆଧୁନିକ ନୃତ୍ୟ ସହ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ।ଏହାପରେ ନାଟ୍ୟ ନିର୍ଦ୍ଦେଶକ ହିମାଂଶୁ ଶେଖର ପତିଙ୍କ ନିର୍ଦ୍ଦେଶନାରେ ଗ୍ରାମର ଅଭିଜ୍ଞ ଓ ଯୁବ କଳାକାରମାନେ ‘ଦରିଆ କୂଳର ଦରଦୀ ବନ୍ଧୁ’ ନାଟକ ମଞ୍ଚସ୍ଥ କରିଥିଲେ। ସାମାଜିକ ଓ ସାଂସ୍କୃତିକ ପରମ୍ପରାକୁ ଆଗେଇ ନେବା ସହ ଗ୍ରାମର ସାମୂହିକ ବିକାଶରେ ଯୁବକ ସଂଘର ଭୂମିକାକୁ ଏହି ବାର୍ଷିକ ଉତ୍ସବ ପୁନର୍ବାର ଗୁରୁତ୍ୱ ଦେଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply