ନୟାଗଡ଼,ତା-୩୧.୭.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ପୂର୍ତ୍ତ ବଙ୍ଗଳାରେ ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସ, ନୟାଗଡ଼ ଡିସିସି ସଭାପତି ଶ୍ରୀ ରଣଜିତ ଦାଶ ଏବଂ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ, ବିଏଲଏ-୧ ମାନଙ୍କ ସହିତ ଏସଆଇଆର ପ୍ରକ୍ରିୟାରେ କଂଗ୍ରେସ ଦଳର ବିଏଲଏ -୨ ମାନଙ୍କ ପ୍ରତ୍ୟକ୍ଷ ଯୋଗଦାନ ଏବଂ ସାଙ୍ଗଠନିକ ଆଲୋଚନା କରିଛନ୍ତି l ଆଗାମୀ ଅକ୍ଟୋବର ମାସ ମଧ୍ୟରେ ପଞ୍ଚାୟତ କମିଟି ସହିତ ଦଳର ସମସ୍ତ ସାଙ୍ଗଠନିକ କମିଟି ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ l ନୟାଗଡ଼ ଜିଲ୍ଲାରେ ଅଗଷ୍ଟ ସେପ୍ଟେମ୍ବର ମାସରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା, ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦାବୀରେ ଛାତ୍ରୋଂ କି ଗୁଞ୍ଜ କାର୍ଯ୍ୟକ୍ରମ ଏବଂ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ କିଶାନ୍ ଆନ୍ଦୋଳନ ଉପରେ ନିଷ୍ପତି ନିଆଯାଇଥିଲା l

ଏହି ଆଲୋଚନାରେ ଡିସିସି ଉପସଭାପତି ଲକ୍ଷ୍ମୀଧର ତ୍ରିପାଠୀ, ଫକୀର ଚରଣ ମଲ୍ଲ, ବିଭୁପ୍ରସାଦ ମିଶ୍ର, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ହୁସେନ ଖାଁ, ପୂର୍ବତନ ଡିସିସି କାର୍ଯ୍ୟକାରୀ ସଭାପତି କମଳ ଚରଣ ସାହୁ, ଡିସିସି ସାଧାରଣ ସମ୍ପାଦକ ପୀତବାସ ଖୁଣ୍ଟିଆ, ସତ୍ୟନାରାୟଣ ସୁରଜଗଦେବ,ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ହାସିମ ଖାଁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ଏବଂ ଜୋନ ସଭାପତି, ଅନ୍ୟାନ୍ୟ ନେତୃବୃନ୍ଦ ଶ୍ରୀ ଦାସଙ୍କୁ ସ୍ୱାଗତ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଅନୁରୂପ ଭାବେ ଦଶପଲ୍ଲା ଠାରେ ମହିଳା କଂଗ୍ରେସ ନେତ୍ରୀ ଉମାରାଣୀ ପାଣିଙ୍କ ବାସଭବନରେ ମଧ୍ୟ ଡିସିସି ଉପସଭାପତି ଶ୍ତଥା ବିଏଲଏ-୧, ଶ୍ରୀ ସୁକାନ୍ତ ଶତପଥୀ, ଦଶପଲ୍ଲା ବ୍ଲକ କଂଗ୍ରେସ ସଭାପତି ବୁଲୁ ପରିଡା, ନୂଆଗାଁ ବ୍ଲକ୍ ସଭାପତି ଅଶୋକ ନାୟକ, ଦଳୀୟ ନେତା ଜୋନ ସଭାପତି ମାନଙ୍କ ସହିତ ସାଙ୍ଗଠନିକ ଆଲୋଚନା କରିଛନ୍ତି l ଶ୍ରୀ ଦାସଙ୍କୁ ନୟାଗଡ଼ ଡିସିସି ପକ୍ଷରୁ ନୟାଗଡ଼ ଏବଂ ଦଶପଲ୍ଲା ଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା l











