Home / ମୁଖ୍ୟ ଖବର / ଇଣ୍ଡିଆନ ଆଇଡଲ 16 ଟ୍ରଫିର ବିଜେତା କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ସପରିବାର ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି

ଇଣ୍ଡିଆନ ଆଇଡଲ 16 ଟ୍ରଫିର ବିଜେତା କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ସପରିବାର ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି

ପୁରୀ -30/6/26 ଇଣ୍ଡିଆନ ଆଇଡଲ 16 ଟ୍ରଫିର ବିଜେତା କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ସପରିବାର ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି | ଏହି ଅବସରରେ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନ ‘ଅଭିନନ୍ଦନିକା’ ପକ୍ଷରୁ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ସମ୍ବର୍ଦ୍ଧିତ କରିଛନ୍ତି | ଜ୍ୟୋତିର୍ମୟୀ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରି ଫେରି ଗଣମାଧ୍ୟମ ସମ୍ମୁଖରେ କହିଥିଲେ, ପ୍ରତିଯୋଗିତା ଆରମ୍ଭରୁ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରିଥିଲି | ଯେଉଁ ଲକ୍ଷ୍ୟ ନେଇ ଯାଇଥିଲି ଆଜି ସେହି ଲକ୍ଷ୍ୟ ମୋର ପୂରଣ ହୋଇଛି | ନିଜର ଏହି ବିଜୟ ଟ୍ରଫି କୁ ମହାପ୍ରଭୁ ଙ୍କ ପାଦପଦ୍ମରେ ଅର୍ପଣ କରିବା ସହିତ ସେ ଏହି ଶ୍ରେୟ ମହାପ୍ରଭୁ ଏବଂ ମା’ ବାପାଙ୍କୁ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ | ସିଂହଦ୍ୱାର ସମ୍ମୁଖରେ ଜ୍ୟୋତିର୍ମୟୀ ତାଙ୍କର ଅନ୍ୟତମ ଲୋକପ୍ରିୟ ଭଜନ “ଚାରିଧାମ ଭିତରେ ଗୋଟିଏ ଧାମ, ସେ ମୋ କାଳିଆର କାଳିଆର ଶ୍ରୀକ୍ଷେତ୍ର ଧାମ | ଶହେ ନାମ ଭିତରେ ଅମୃତ ନାମ, ସେ ମୋ କାଳିଆର କାଳିଆର ଶ୍ରୀକ୍ଷେତ୍ର ଧାମ ” ବୋଲି ଉପସ୍ଥିତ ଭକ୍ତ ଓ ଦର୍ଶନାର୍ଥୀ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ |

SPREAD YOUR LOVE WITH YOUR FRIENDS AND FAMILY

Leave a Reply