ସାକ୍ଷୀଗୋପାଳ,୯।୮ – ସାରା ଦେଶ ଭାରତ ଛାଡ଼ ଆନ୍ଦୋଳନର ସ୍ମୃତି ଦିବସ ପାଳନ କରୁଥିବା ବେଳେ ସତ୍ୟବାଦୀରେ ଏହାର ଝଲକ ଦେଖିବାକୁ ମିଳିଛି।
୧୯୪୨ ମସିହାର ‘ଭାରତ ଛାଡ଼ ଆନ୍ଦୋଳନ’ରେ ସତ୍ୟବାଦୀ ଭୂମିକାକୁ ମନେପକାଇ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗ୍ରାମର କବି ରଞ୍ଜନ ମିଶ୍ର ମୁଣ୍ଡରେ ଜାତୀୟ ପତାକା ରଙ୍ଗର ପଗଡ଼ି ପିନ୍ଧି ସାକ୍ଷୀଗୋପାଳ ବଜାରକୁ ଆସିଥିଲେ। ଅନ୍ୟ ମାନଙ୍କୁ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେବାସହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସତ୍ୟବାଦୀ ବନବିଦ୍ୟାଳୟ ର ଛାତ୍ରମାନଙ୍କ ସହିତ ଦେଶଭକ୍ତ ଓ ମହିଳା ଏହି ସଂଗ୍ରାମ ରେ ସାମିଲ ହୋଇ କାରାବରଣ କରିଥିବା ସେ କହିଛନ୍ତି। ସେମାନଙ୍କର ସାହସ ଓ ତ୍ୟାଗକୁ ସ୍ମରଣ କରି ଦେଶପ୍ରେମର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ଆମପାଇଁ ସବୁଠୁ ମହାନ ଆମ ଦେଶର ଜାତୀୟ ପତାକାକୁ ମଥାରେ ବହନକରି ଗ୍ୟୈରବାନ୍ବିତ ମନେ କରୁଛି ବୋଲି କହିଛନ୍ତି।
ସତ୍ୟବାଦୀ ରେ ଅଗଷ୍ଟ କ୍ରାନ୍ତିର ଝଲକ











