Home / ମୁଖ୍ୟ ଖବର / ସ୍ବାଧୀନତା ଦିବସ ଅବସରରେ ଅଭ୍ୟାସ ପ୍ଯାରେଡ ଅନୁଷ୍ଠିତ ।

ସ୍ବାଧୀନତା ଦିବସ ଅବସରରେ ଅଭ୍ୟାସ ପ୍ଯାରେଡ ଅନୁଷ୍ଠିତ ।

ପୁରୀ ୧୧/୮ ସ୍ବାଧୀନତା ଦିବସ ଅବସରରେ ୮୦ ତମ ପୁରୀ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଚଳିତ ମାସ ୧୫ ତାରିଖରେ ଅନୁଷ୍ଠିତ ହେବ।ଆଜି ଅପରାହ୍ନ ରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ତିନି ଦିନିଆ ଅଭ୍ୟାସ ପ୍ୟାରେଡ଼ ଆରମ୍ଭ ହୋଇଛି।୧୧ ତାରିଖ ମଙ୍ଗଳବାର ଓ ୧୨ ତାରିଖ ବୁଧବାର ଅପରାହ୍ନ ୩ ଘଟିକା ଓ ୧୩ ତାରିଖ ଗୁରୁବାର ପୂର୍ବାହ୍ନ ୮ ଘଟିକା ସମୟରେ ଅଭ୍ୟାସ ପ୍ୟାରେଡ଼ ଅନୁଷ୍ଠିତ ହେବ।ଏହି ପ୍ୟାରେଡ଼ କୁ ପ୍ୟାରେଡ଼ କମାଣ୍ଡର ତଥା ପୋଲିସ ରିଜର୍ଭ ଇନିନ୍ସପେକ୍ଟର ଚିତ୍ତ ରଞ୍ଜନ ମହାନ୍ତି ପରିଚାଳନା କରୁଛନ୍ତି। ଏହି ପ୍ୟାରେଡ଼ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଏନସିସି,ସ୍କାଉଟ, ଗାଇଡ ଦଳ ମାନେ ଅଂଶଗ୍ରହଣ କରୁଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply