Home / ମୁଖ୍ୟ ଖବର / ହରଘର ତ୍ରିରଙ୍ଗା ଅବସରରେ ରଙ୍ଗୋଲୀ ଓ ଚିତ୍ରାଙ୍କନ ଅନୁଷ୍ଠିତ।

ହରଘର ତ୍ରିରଙ୍ଗା ଅବସରରେ ରଙ୍ଗୋଲୀ ଓ ଚିତ୍ରାଙ୍କନ ଅନୁଷ୍ଠିତ।

ପୁରୀ ୧୧/୮ ଆଜି ଉତ୍କଳ ବାଳାଶ୍ରମ ପରିସରରେ ବାଳାଶ୍ରମ ର ଅନ୍ତେବାସୀ ମାନଙ୍କ ମଧ୍ୟରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନ୍ତେବାସୀ ମାନେ ଚିତ୍ରାଙ୍କନ ଓ ରଙ୍ଗୋଲୀ ମାଧ୍ୟମରେ ଦେଶ ମାତୃକା ଓ ଦେଶାତ୍ମବୋଧ ସମ୍ପର୍କିତ ଚିତ୍ର ଅଙ୍କନ କରିଥିଲେ।ପିଲାଙ୍କ ମଧ୍ୟରେ ଥିବା ପ୍ରତିଭା, ଦେଶାତ୍ମବୋଧକ ଭାବନା ଓ ସୃଜନଶୀଳ ର ପରିପ୍ରକାଶ ପାଇଁ ଏହା ଏକ ଚମତ୍କାର ପଦକ୍ଷେପ ବୋଲି ଅତିଥି ମାନେ କହିବା ସହ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ବିଜୟଲକ୍ଷ୍ମୀ ବଡଜେନା,ଶକ୍ତିପଦ ମିଶ୍ର,
ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ, ବାଳାଶ୍ରମ ଅଧୀକ୍ଷକ ସାରଙ୍ଗ ମହାପାତ୍ର,ଚାଇଲ୍ଡ ହେଲ୍ପ ଲାଇନ ସଂଯୋଜକ କୃଷ୍ଣଚନ୍ଦ୍ର ମିଶ୍ର,ସୂର୍ଯ୍ୟ କାନ୍ତ ପଣ୍ଡା, ଶିଶୁ ସୁରକ୍ଷା ୟୁନିଟ ର କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply