Home / ମୁଖ୍ୟ ଖବର / ଡକ୍ଟର ବଦ୍ରି ମିଶ୍ରଙ୍କୁ ଶୁଶୃତ ସେବାଶ୍ରୀ ସମ୍ମାନ

ଡକ୍ଟର ବଦ୍ରି ମିଶ୍ରଙ୍କୁ ଶୁଶୃତ ସେବାଶ୍ରୀ ସମ୍ମାନ

ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରୀ ର ଡକ୍ଟର ବଦ୍ରି ମିଶ୍ରଙ୍କୁ ଶୁଶୃତ ସେବାଶ୍ରୀ ପ୍ରଦାନ କରାଯାଇଛି। ୮୦ତମ ସ୍ବାଧୀନତା ଦିବସ ଉପଲକ୍ଷେ ଭୁବନେଶ୍ୱର ଫରେଷ୍ଟ ପାର୍କ ସ୍ଥିତ ଶୁଶୃତ ହସ୍ପିଟାଲ ପରିସରରେ ଆୟୋଜିତ ଉତ୍ସବରେ ବିକଶିତ ଭାରତ ସଂକଳ୍ପ ସଂଗଠନ ର ପ୍ରତିଷ୍ଠାତା ଡକ୍ଟର ମହେଶ ଶର୍ମା, ବିଶିଷ୍ଟ ପ୍ଲାଷ୍ଟିକ ସର୍ଜନ ଡାକ୍ତର ଅକ୍ଷୟ କୁମାର ରାଉତ, ବିଶିଷ୍ଟ ସମାଜସେବୀ ମେଜର ଡକ୍ଟର କଳ୍ପନା ଦାଶ ଓ ହସପିଟାଲ ନିର୍ଦ୍ଦେଶିକା ଡକ୍ଟର ଚିଦାତ୍ମିକା ଖଟୁଆ, ଡକ୍ଟର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି ଅବସରରେ ବ୍ୟକ୍ତିଗତ ଉଦ୍ୟମ ରେ ଏକଲକ୍ଷ ଚବିଶ ହଜାରରୁ ଉର୍ଦ୍ଧ୍ବ ବୃକ୍ଷରୋପଣ କରିଥିବା ଡକ୍ଟର ମିଶ୍ରଙ୍କ ସହଯୋଗ ରେ ଅତିଥିମାନେ ବୃକ୍ଷରୋପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply