କୌଣସି ସରକାରୀ ଓ ବେସରକାରୀ ସହାୟତା ଅର୍ଥାତ୍ ବ୍ୟକ୍ତିଗତ ଉଦ୍ୟମ ରେ ଓଡ଼ିଶା ଓ ଓଡ଼ିଶା ବାହାରେ ଏକଲକ୍ଷ ଚବିଶ ହଜାର ବୃକ୍ଷରୋପଣ କରିବାର ସୁନାମ ଅର୍ଜନ କରିଛନ୍ତି ଗଛମଣିଷ ତଥା ପ୍ରକୃତିବନ୍ଧୁ ବଦ୍ରି ମିଶ୍ର। ଆଜି ଜଗତସିଂହପୁର ର ମଣିଜଙ୍ଗା,କଲରାବାଙ୍କ,କଟିକଟା, କୁଜଙ୍ଗ,ରାହାମା, ତିର୍ତ୍ତୋଲ ଓ ପାରାଦୀପ ରେ ୧୫୬ଟି ନିମଗଛ ଲଗାଇ ଶ୍ରୀ ମିଶ୍ର ଏହି ରେକର୍ଡ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ପାରାଦୀପ ଆଇଆଇସି ବବିତା ଦେହୁରୀ, ସମାଜସେବୀ ନୃସିଂହ ଚନ୍ଦ୍ର ବିଶ୍ବାଳ, ନ୍ୟାସନାଲ ମିଡ଼ିଆ ଫାଉଣ୍ଡେସନ ନୁଆଦିଲ୍ଲୀ ଓଡ଼ିଶା ଚାପ୍ଟର ସଭାପତି ରଶ୍ମୀ ରଞ୍ଜନ ଦାଶ, ଘରେଘରେ ଭାଗବତ ର ସୁଲୋଚନା ମିଶ୍ର, ଲଣ୍ଡନ ର ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ପ୍ରତ୍ୟୁଷ ଷଡ଼ଙ୍ଗୀ ସହଯୋଗ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀମିଶ୍ର , ଓଡ଼ିଶା ଓ ଓଡ଼ିଶା ବାହାରେ ସୋମନାଥ, ପୁଷ୍କର, ସାବରମତୀ,ବାବା ବୈଦ୍ୟନାଥ ଧାମ, ଅଯୋଧ୍ୟା, ହରିଦ୍ଵାର ପ୍ରଭୃତି ସ୍ଥାନରେ ବୃକ୍ଷରୋପଣ କରି ରାଜ୍ୟ ସରକାରଙ୍କ ଠାରୁ ରାଜ୍ୟ ସମାଜସେବୀ ସମ୍ମାନ, ଗଛମଣିଷ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଠାରୁ ପୁନଶ୍ଚ ପୃଥିବୀ,ରାଜ୍ୟ ସରକାରଙ୍କ ଠାରୁ ପ୍ରକୃତିବନ୍ଧୁ ଓ ନାଲକୋ ସମ୍ମାନ ପାଇଛନ୍ତି।ଶ୍ରୀମିଶ୍ରଙ୍କ ଉଦ୍ୟମରେ ଏବେ ଅନେକ ଯୁବଗୋଷ୍ଠୀ ବୃକ୍ଷରୋପଣ କାର୍ଯ୍ୟରେ ସାମିଲ ହୋଇଛନ୍ତି।
ବ୍ୟକ୍ତିଗତ ଉଦ୍ୟମ ରେ ବୃକ୍ଷରୋପଣ ରେକର୍ଡ











