Home / ମୁଖ୍ୟ ଖବର / ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ୱର୍ଦ୍ଧନା ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ୱର୍ଦ୍ଧନା ।

ନୟାଗଡ଼,ତା-୧୬.୮.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ କିରାଣି ସିଦ୍ଧାର୍ଥ ଦେ ଙ୍କୁ ନୟାଗଡ଼ର କବି, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି। ସ୍ଥାନୀୟ ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷାବିତ ଶ୍ରୀଧର ସାହୁ, ସାହିତ୍ୟିକା ବସିରନ୍ ବିବି, କବି ଗୋଦାବରିଶ ମିଶ୍ର, କବି ଓ ଅଭିନେତା ଗୋକୁଳ କୁମାର ଷଡଙ୍ଗୀ, ସମାଜସେବୀ ସନ୍ତୋଷ ନାୟକ, ଶିକ୍ଷୟିତ୍ରୀ

ପ୍ରିୟମ୍ବଦା ମହାପାତ୍ର,ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିବା ସିଦ୍ଧାର୍ଥ ଦେଙ୍କୁ ଉତ୍ତରୀୟ, ସମ୍ବର୍ଦ୍ଧନା ପତ୍ର, ଉପାଦେୟ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ ନୟାଗଡ଼ ରେ ଦୀର୍ଘ ବତିଶ ବର୍ଷ କିରାଣି ଭାବେ ଚାକିରି କରିଥିବା ଶ୍ରୀ ଦେ ଜଣେ ନିଷ୍ଠାପର, ଦାୟିତ୍ଵବାନ କର୍ମଚାରୀ ଭାବେ କର୍ତ୍ତବ୍ୟ ସମ୍ପାଦନ କରିଆସିଥିବା ସହ ଜଣେ ଅମାୟିକ ଓ ଆଦର୍ଶବାନ ମଣିଷ ରୂପେ ନୟାଗଡ଼ ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରିଥିଲେ ବୋଲି ଉପସ୍ଥିତ ଥିବା ଶିକ୍ଷାବିତ୍, ସାହିତ୍ୟିକମାନେ ମତପ୍ରକାଶ କରିଥିଲେ। ନୟାଗଡ଼ ଏକ ସଂସ୍କୃତି ସମ୍ପନ୍ନ ସ୍ଥାନ , ମୋ ଚାକିରୀ ଜୀବନ ମଧ୍ୟରେ ସମସ୍ତଙ୍କ ସହଯୋଗ, ଭଲପାଇବା ପାଇଁ ମୁଁ କୃତଜ୍ଞ ବୋଲି ସମ୍ବର୍ଦ୍ଧିତ ହୋଇଥିବା ସିଦ୍ଧାର୍ଥ ଦେ ନିଜ ବକ୍ତବ୍ୟରେ କହିଥିଲେ। ଶେଷରେ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply