Home / ସଂସ୍କୃତି ଓ ପରମ୍ପରା / ଏଥର ଜମିବ ହରିରାଜପୁର ପଞ୍ଚୁ ଦୋଳ ମେଳଣ

ଏଥର ଜମିବ ହରିରାଜପୁର ପଞ୍ଚୁ ଦୋଳ ମେଳଣ

panchadola

ଡେଲାଙ୍ଗ : ୨୩.୩.୨୪(ଶାଶ୍ଵତ ଟିଭି) – ଆସନ୍ତା ୩୦ ତାରିଖ ଦିନ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ହରିରାଜପୁର ଠାରେ ଅନୁଷ୍ଠିତ ହେବ ଶ୍ରୀ ଶ୍ରୀ ପଶ୍ଚିମାଶମ୍ବୁ ସୋମନାଥ ଦେବ ଙ୍କ ବିଶ୍ଵ ପ୍ରସିଦ୍ଧ ପଞ୍ଚୁ ଦୋଳ ମେଳଣ ଉତ୍ସବ। ଏହି ଅବସରରେ ମେଳଣ କମିଟି ତରଫରୁ ଅନୁଷ୍ଟିତ ହୋଇଯାଇଛି ସାମ୍ବାଦିକ ସମୀଳନି । କମିଟି ସଦସ୍ୟ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷା ବାସନ୍ତୀ ସାହୁ, ମେଳଣ ପରିଚାଳନା ସଭାପତି ପ୍ରଶନ୍ନ କୁମାର ମହାରଥୀ ଉପସ୍ଥିତ ରହି ଚଳିତ ବର୍ଷର ଆୟୋଜନ ବିଷୟରେ ସୁଚନା ଦେଇଥିଲେ। ୩୧ ତରିଖରେ ପଞ୍ଚୁଦୋଳ ଅବସରରେ ଦେବତା ମାନଙ୍କର ଦୋଳ ବିରାଟ ଶୋଭାଯାତ୍ରାରେ ଆସି ଜମାଣ ହେବ, ଏହି ଶୋଭାଯାତ୍ରାରେ ଓଡ଼ିଶାର ବିଭିନ୍ନ କଳା ସଂସ୍କୃତିର ଝଲକ ସହିତ ୮ ଟି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ତା ସହିତ ପର୍ବର ମୂଖ୍ୟ ଆକର୍ଷଣ ଆତସବାଜି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପଶ୍ଚିମ ସମ୍ଭୁ ମନ୍ଦିର ପରିଚାଳନା କମିଟି ତରଫରୁ ଆୟୋଜିତ ହେବ ହରିରାଜ୍ ପୁର ମହୋତ୍ସବ – ୨୦୨୪ । ୩୦ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ମେଲୋଡି, ସାହିତ୍ୟ ଆସର, ପାଇକ ଆଖଡ଼ା, ଆଧୁନିକ ନୃତ୍ୟ ସହିତ ଅନ୍ତିମ ଦିନରେ ପ୍ରସିଦ୍ଧ ଡିଜେ ଅସ୍ମିନ ଙ୍କ ଜଲୱା ମଞ୍ଚରେ ଦେଖିବେ ଦର୍ଶକ।
ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ସମାଗମ କୁ ଦୃଷ୍ଟିରେ ରଖି ଡେଲାଙ୍ଗ ପ୍ରଶାସନ ତରଫରୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ସଭାପତି ଶ୍ରୀଯୁକ୍ତ ମହାରଥୀ ସୂଚନା ଦେଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply