Home / ମୁଖ୍ୟ ଖବର / ଲୋକପ୍ରିୟ ଜିଲ୍ଲାପାଳଙ୍କ ପାରାଢିପି ପଞ୍ଚାୟତ ପରିଦର୍ଶନ ।

ଲୋକପ୍ରିୟ ଜିଲ୍ଲାପାଳଙ୍କ ପାରାଢିପି ପଞ୍ଚାୟତ ପରିଦର୍ଶନ ।

ନୟାଗଡ଼, ତା- ୨୯. ୧୦. ୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ପାରାଢିପି ଗ୍ରାମ ପଞ୍ଚାୟତକୁ ମାନନୀୟା ଲୋକପ୍ରିୟ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ପରିଦର୍ଶନ କରି ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଓ ଅଞ୍ଚଳର ସାମଗ୍ରିକ ପରିସ୍ଥିତି ସମୀକ୍ଷା କରିଛନ୍ତି । ବିଶେଷକରି ଡାହୁକା ନଦୀର ସ୍ଥିତି ଓ ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ସେ ଅନୁଧ୍ୟାନ କରିଥିଲେ।


ପରିଦର୍ଶନ ସମୟରେ ଜିଲ୍ଲାପାଳ ବିଭିନ୍ନ ବିକାଶମୂଳକ ସ୍ଥଳ ପରିଦର୍ଶନ କରି ଚାଲୁଥିବା କାର୍ଯ୍ୟର ଅଗ୍ରଗତି ଓ ଗୁଣବତ୍ତା ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ସେ ଗ୍ରାମସଭାରେ ଯୋଗଦେଇ ଗ୍ରାମବାସୀଙ୍କ ସହିତ ବିଭିନ୍ନ ସ୍ଥାନୀୟ ସମସ୍ୟା ଓ ବିକାଶ ସମ୍ପର୍କିତ ବିଷୟରେ ଆଲୋଚନା କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ପାରାଢିପି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ଅନ୍ୟ ସଦସ୍ୟମାନଙ୍କ ସହ ଆଲୋଚନା କରି ପଞ୍ଚାୟତର ବିଭିନ୍ନ ସମସ୍ୟା, ଜନସାଧାରଣଙ୍କ ଆବଶ୍ୟକତା ଓ ଚାଲୁଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ତଥ୍ୟ ନେଇଥିଲେ। ପରେ ଜିଲ୍ଲାପାଳ ପିଡିଏସ୍‌ ଗୋଦାମ ପରିଦର୍ଶନ କରି ଖାଦ୍ୟଶସ୍ୟର ସଂରକ୍ଷଣ, ଷ୍ଟକ୍‌ ଓ ବଣ୍ଟନ ବ୍ୟବସ୍ଥାର ଯାଞ୍ଚ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply