Home / ମୁଖ୍ୟ ଖବର / କେନ୍ଦ୍ର ସରକାର ଅବସରପ୍ରାପ୍ତ କର୍ମଚାରୀ ସଂଘ ପୁରୀ ଜିଲ୍ଲା ମାସିକିଆ ସଭା

କେନ୍ଦ୍ର ସରକାର ଅବସରପ୍ରାପ୍ତ କର୍ମଚାରୀ ସଂଘ ପୁରୀ ଜିଲ୍ଲା ମାସିକିଆ ସଭା

ପୁରୀ: ୩୧-୧0- ୨୬ – ଆଜି ୩୧-୧0- ୨୬ ତାରିଖ ଶନିବାର ସ୍ଥାନୀୟ ସେନାପତି ବଗିଚା ଶ୍ରୀ ମହାବୀରଙ୍କ ମନ୍ଦିର ସଭା ଗୃହରେ ଅନୁଷ୍ଠାନର ସଭାପତି ପ୍ରଫେସାର୍ ରୋଟାରୀଆନ ପୁର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭପତିତ୍ୱରେ ଦିନ ୧୧.୩୦ ରେ ଅନୁଷ୍ଠିତ ହୋଇଥିଲା ଆନୁଷ୍ଠାନିକ ସଭ୍ୟବରଣ ପରେ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଷଡ଼ଙ୍ଗୀ ପୂର୍ବ ସଭା ବିବରଣ ଉପସ୍ଥାପନ କଲାପରେ ତାହା ଗୃହୀତ ହୋଇଥିଲା।ଆଜିର ଆଲୋଚନାରେ ମୁଖ୍ୟ ଥିଲା ଆସନ୍ତା ଡିସେମ୍ୱର ମାସ ୬ ତାରିଖ କଲିକତାରେ ସର୍ବଭାରତୀୟ କେନ୍ଦ୍ର କର୍ମଚାରୀ ସଂଘର ସାଧାରଣ ସଭା କୁ ପ୍ରତିନିଧି ଚୟନ କରିବା ଓ ସେଠାରେ ଆମର ପୁରୀ ଜିଲ୍ଲା ଶାଖା ର ଦାବି ଉପଯୁକ୍ତଭାବେ ଉପସ୍ଥାପିତ କରିବା ଓ ଭବିଷ୍ୟତ କାର୍ଯକ୍ରମରେ କିଭଳି କେନ୍ଦ୍ର ସଂଘ ସହ ଅଧିକ ଭାବେ ଯୋଡ଼ି ହୋଇ ଦାବି ହାସଲ କରିବା। ଆମର ମୁଖ୍ୟ ଲକ୍ଷ୍ୟ ପୁରୀରେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଚିକିତ୍ସାଳୟ ସ୍ଥାପନ କରାଇବା ଓ କେନ୍ଦ୍ରୀୟ ଅବସରପ୍ରାପ୍ତ କର୍ମଚାରୀଙ୍କ ମଧ୍ୟରେ ଆର୍ଥିକ ସମାନତା ପ୍ରତିଷ୍ଠା କରିବା । ଆସନ୍ତା ଡିସେମ୍ୱର ମାସ ୧୭ ତାରିଖରେ ବିଶ୍ୱ ଅବସରପ୍ରାପ୍ତ କର୍ମଚାରୀ ଦିବସ ପାଳନ। ଆୟବ୍ୟୟ ଓ ଅନ୍ୟାନ୍ୟ ଆନୁଷ୍ଠାନିକ କାର୍ଯକ୍ରମ । କଲିକତା କାର୍ଯକ୍ରମରେ ସଭାପତିଙ୍କ ନେତୃତ୍ୱରେ ଏକ ଚରିଜନିଆ ଟିମ୍ ଗଠନ କରାଯାଇଛି। ଏଥିରେ କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ପଟ୍ଟନାୟକ,ବିଜୟ କୁମାର ପାତ୍ର ଓ ଉପସଭାପତି ଦର୍ ନାରାୟଣ ଦାସ ସହଯୋଗ କରିବେ। ସ୍ଥାନୀୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ଅବସର ଦିବସ ପାଳନ ସେଥିରେ ବିଭିନ୍ନ ବର୍ଗର ୫ ଜଣ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ନିର୍ଣ୍ଣୟ କରାଗଲା।ପୁରୀ ସାଂସଦ ଶ୍ରୀଯୁକ୍ତ ସମ୍ବିତ୍ ପାତ୍ର ମୁଖ୍ୟ ଅତିଥି ଓ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ତଥା ସଂସ୍କୃତି ବିଶ୍ୱବଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଡକ୍ଟର ସତ୍ୟନାରାୟଣ ଆଚାର୍ଯ୍ୟଙ୍କୁ ମୁଖ୍ୟ ବକ୍ତା ଭାବେ ନିମନ୍ତ୍ରଣ କରାଗଲା। ସହ ସମ୍ପାଦକ ସାମଲ ବାବୁ ,ଗଙ୍ଗାଧର ମହାନ୍ତି ,ନରସିଂହ ବାରିକ,ସୁରେଶ ଚନ୍ଦ୍ର ପ୍ରହରାଜ,ବୀରେନ୍ଦ୍ର ଖୁଣ୍ଟିଆ,ବୃନ୍ଦାବନ ପାତ୍ର,ନୃସିଂହ ସାହୁ ପ୍ରଭୃତି ୨୭ ଜଣ ସଭ୍ୟ ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ଡ୍ଦର୍ପେନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply