Home / ମୁଖ୍ୟ ଖବର / ବଳିଦାନ ଦିବସରେ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ବଳିଦାନ ଦିବସରେ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ପୁରୀ, ୩୧ ଅକ୍ଟୋବର। ବଳିଦାନ ଦିବସ ଅବସରରେ ଶନିବାର ପୁରୀ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ସେବାଦଳର ଜିଲ୍ଲା ସଭାପତି ଅବିନାଶ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ କଂଗ୍ରେସ ସେବାଦଳର ବହୁ କର୍ମୀଙ୍କ ସହ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ପଦାଧିକାରୀ ଏବଂ କର୍ମୀମାନେ ଉତ୍ସାହର ସହ ଯୋଗଦେଇ ରକ୍ତଦାନ କରିଥିଲେ।

ଏହି ଅବସରରେ ପ୍ରଦେଶ କଂଗ୍ରେସର ମହାସଚିବ ତଥା ସେବାଦଳର ବରିଷ୍ଠ ନେତ୍ରୀ ଉଷା ବେହେରା, ମହିଳା କଂଗ୍ରେସ ସଭାନେତ୍ରୀ ସରସ୍ୱତୀ ପାତ୍ର, ବରିଷ୍ଠ ନେତ୍ରୀ ବିଦୁଲତା ଆଚାର୍ଯ୍ୟ, ଜିଲ୍ଲା କଂଗ୍ରେସ ଉପସଭାପତି ସସ୍ମିତା ସ୍ୱାଇଁ, ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୌଦାମିନୀ ପ୍ରଧାନ, ମମତା ସ୍ୱାଇଁ, ଆଇନ ସେଲ୍ ସଭାପତି କାଳୀପ୍ରସାଦ ନାୟକ, ମିଥୁନ ସେଠୀ, ଅକ୍ଷୟ ହରିଚନ୍ଦନ, ଆଲୋକ କୁମାର ସାହୁ, ବିନାୟକ ଦାସମହାପାତ୍ର, ଜିଲ୍ଲା ଯୁବ କଂଗ୍ରେସର ପୂର୍ବତନ ସଭାପତି ଶେଖ୍ ସଫିକୁଦ୍ଦିନ (ଗୋପୀ), ସୌମ୍ୟକାନ୍ତ ଖୁଣ୍ଟିଆ, ପ୍ରେମଜିତ ମହାନ୍ତି, ଜିଲ୍ଲା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଆଶୁତୋଷ ମିଶ୍ର, ଜିଲ୍ଲା କଂଗ୍ରେସ ଉପସଭାପତି ବିଶ୍ୱରଞ୍ଜନ ସାମନ୍ତରାୟ, ରାଜା ମହାନ୍ତି, ଜିଲ୍ଲା ପଛୁଆ ବର୍ଗ କଂଗ୍ରେସ ସଭାପତି କୁଶ ସେଠୀ ଓ ପୁରୀ-୧ ସଭାପତି ବିଶ୍ୱରଞ୍ଜନ ମହାପାତ୍ରଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।
ଏହାବ୍ୟତୀତ ସୁଜିତ ମହାପାତ୍ର, ଅମରେନ୍ଦ୍ର ପାଇକରାୟ, ନିରଞ୍ଜନ ରଥ, ଗୋବର୍ଦ୍ଧନ ପ୍ରଧାନ, ଭାସ୍କର ସେଠୀ, ବିଶ୍ୱନାଥ ଦାସ, ବିଷ୍ଣୁଚରଣ ବେହେରା, ଦେବାଶିଷ ଦଇତାପତି, ସୂର୍ଯ୍ୟକାନ୍ତ ପଣ୍ଡା, ଚେତନ ମିଶ୍ର, ମାନସ ପରିଡ଼ା, ମନୋଜ ପ୍ରଧାନ ଓ ବିଷ୍ଣୁ ପ୍ରଧାନଙ୍କ ସମେତ ଅନ୍ୟ କର୍ମୀମାନେ ମଧ୍ୟ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଏହି ରକ୍ତଦାନ ଶିବିର ମାଧ୍ୟମରେ କଂଗ୍ରେସ କର୍ମୀମାନେ ସମାଜସେବା ଓ ମାନବିକତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply