ପୁରୀ, ତା. ୩୧.୧୦.୨୦୨୬: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ଆଜି ପୁରୀ ପୋଲିସ ପକ୍ଷରୁ ‘ରନ୍ ଫର୍ ୟୁନିଟି’ ଶୀର୍ଷକ ଏକ ମାରାଥନ ଦୌଡ଼ ଆୟୋଜନ କରାଯାଇଥିଲା। ଏହି ମାରାଥନ ଦିଗବାରେଣୀ ଛକଠାରୁ ଯାତ୍ରିକା ପାର୍କିଂ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ସୁବାସିସ୍ ଖୁଣ୍ଟିଆ, ପୁରୀ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂହ, ଆଇପିଏସ୍, ପୁରୀ ପୌରପାଳିକା ଆୟୁକ୍ତ ଶ୍ରୀ ପ୍ରହ୍ଲାଦ ନାରାୟଣ ଶର୍ମା, ଆଇଏଏସ୍, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶ୍ରୀ ଶରତ ଚନ୍ଦ୍ର ବେହେରା, ଶ୍ରୀ ନୀଳମାଧବ ଭୋଇ, ଜଏଣ୍ଟ କମିଶନର ଶ୍ରୀ ଅଭିମନ୍ୟୁ ବେହେରା, କମାଣ୍ଡାଣ୍ଟ ଶ୍ରୀ ତାପସ ରଞ୍ଜନ ଦାସ, OAPS-I, ଏସ୍.ଏସ୍.ଏମ୍.ଏସ୍.ଭି., ପୁରୀ, ଉପଜିଲ୍ଲାପାଳ ଶ୍ରୀ ରାଜକିଶୋର ଜେନାଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦେବୀଶଙ୍କର ପ୍ରତାପ, OPS-I, ଶ୍ରୀ ସଚିନ ପଟେଲ, OPS-I, ଶ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକ, OPS-I ଏବଂ ଉପ-ଆରକ୍ଷୀ ଅଧୀକ୍ଷକ (ସିଟି) ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର, OPS ପ୍ରମୁଖ ଯୋଗଦେଇଥିଲେ।

ଏଥିସହ ବରିଷ୍ଠ ସେବାୟତ, ପୋଲିସ ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱେଚ୍ଛାସେବୀ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏହି ମାରାଥନରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଜାତୀୟ ଏକତା, ଅଖଣ୍ଡତା ଓ ସାମାଜିକ ସଂହତିର ବାର୍ତ୍ତାକୁ ଜନସାଧାରଣଙ୍କ ମଧ୍ୟରେ ପହଞ୍ଚାଇବା ସହ ଯୁବପିଢ଼ିଙ୍କ ମଧ୍ୟରେ ଏକତା, ଶୃଙ୍ଖଳା ଓ ଦେଶପ୍ରେମର ଭାବନାକୁ ସୁଦୃଢ଼ କରିବା ଏହି ମାରାଥନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ମାରାଥନ ଶେଷରେ ବିଜୟୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ସହ ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା।
ବାଳିକା ବିଭାଗ:
୧ମ – କୃଷ୍ଣା କାବେରୀ
୨ୟ – ରାଜଶ୍ରୀ ନାୟକ
ବାଳକ ବିଭାଗ:
୧ମ – ଶିବମ ପ୍ରଧାନ
୨ୟ – କାର୍ତ୍ତିକ ସ୍ୱାଇଁ











