ନିମାପଡା/ପୁରୀ, ତା୩୧/୧୦/୨୬ – ସ୍ଥାନୀୟ ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ଆଭ୍ୟନ୍ତରିଣ ଗୁଣବତ୍ତା ସେଲ୍ ଓ ଜାତୀୟ ସେବା ଯୋଜନା ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ମିଳିତ ସହଯୋଗ ରେ 26 ତାରିଖରୁ ଭିଜିଲାନ୍ସ ସପ୍ତାହ ପାଳିତ ହୋଇଯାଇଛି। ଆଜି ଶପଥ ପାଠ ସହ, ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ରାଲୀ, କୁଇଜ୍ ତଥା ଅଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ମାନଙ୍କ ସହ 100ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ସାଧୁତାରୁ ସମୃଦ୍ଧି ସଂମ୍ବନ୍ଧରେ ଆଲୋକ ପାତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ବିଭୂତି ଭୂଷଣ ସାମନ୍ତସିଂହାର, ସ୍ୱପ୍ନା ରାଣୀ ମିଶ୍ର, ଶିଳ୍ପିକା ମହାରଣା, ଦେବିଦତ୍ତ ବେହେରା, ପ୍ରବୀର କୁମାର ବେହେରା, ପ୍ରେମରାଜ ଗହୀର, ଡ ବିଷ୍ଣୁପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରି ଥିଲେ।












