Home / ମୁଖ୍ୟ ଖବର / ଦ୍ଵିତୀୟା ଓଷା ଓ ଘାଣ୍ଟ ତରକାରୀ

ଦ୍ଵିତୀୟା ଓଷା ଓ ଘାଣ୍ଟ ତରକାରୀ

କଥାରେ ଅଛି ‘ବାର ମାସରେ ତେର ପର୍ବ’। କିନ୍ତୁ ଟିକେ ଗଭୀର ଭାବରେ ଚିନ୍ତା କଲେ ଜଣାଯାଏ ଯେ ଓଡ଼ିଆଣୀଟିଏ ବର୍ଷସାରା ପୂଜା, ବ୍ରତ, ଓଷା, ମାନସିକ ପାଳିବାରେ ବ୍ୟସ୍ତ ଥାଏ ।

କେତେ ଯେ ଅସୁମାରୀ ପର୍ବ ରହିଛି ଏହି ଓଡ଼ିଶାରେ ତାକୁ ହିସାବ କରିବା କଷ୍ଟ । ପୁଣି ଅଞ୍ଚଳ, ପ୍ରାନ୍ତୀୟ ଭିତ୍ତିକ ଭିନ୍ନ ଭିନ୍ନ ପର୍ବପର୍ବାଣୀ, ବ୍ରତ,ଓଷା ପାଳିତ ହୁଏ ଏହି ଓଡ଼ିଶା ଭୂଖଣ୍ଡରେ।

ଏମିତି ଗୋଟିଏ ହେଲା ଦ୍ଵିତୀୟା ଓଷା ବା ପଶ୍ଚିମାଞ୍ଚଳ ଓଡ଼ିଶାରେ ପୁଅଜୀଉନ୍ତିଆ ବ୍ରତ । ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ଓଷା ପାଳନ କରିଥାନ୍ତି ବୋହୂମାନେ । ସୂର୍ଯ୍ୟଦେବଙ୍କ ପୁଅ ଦ୍ଵିତୀବାହନଙ୍କର ପୂଜା କରାଯାଏ ପୁଅର ମଙ୍ଗଳ କାମନା କରି ଓ ଅପୁତ୍ରିକ ନାରୀ ପୁଅ ଲାଭ କରିବାକୁ ।

ନିର୍ଜଳା ଉପବାସ କରି ଏଇ ଓଷା ପାଳନ କରାଯାଇଥାଏ । ବାପଘରୁ ପରିବାଭାର ଆସିଥାଏ ବୋହୂମାନଙ୍କ ଘରକୁ । ଓଷା ପରଦିନ ସବୁ ପରିବାକୁ ମିଶାଇ ତିଆରି କରାଯାଇଥାଏ ଘାଣ୍ଟ ତରକାରୀ । ଏହା ଏକ ସ୍ଵତନ୍ତ୍ର ସ୍ଵାଦିଷ୍ଟ ବ୍ୟଞ୍ଜନ, ଯାହାର ସ୍ଵାଦ ନିଆରା । କଦଳୀ, ବୁଢ଼ା କାକୁଡ଼ି, ମାଟିଆଳୁ, ସାରୁ, ଜହ୍ନି, କଖାରୁ, ଓଉ, କନ୍ଦମୂଳ, ନଡ଼ିଆ, ମୁଗ, କାଙ୍କଡ଼ ଇତ୍ୟାଦି ପରିବାର ମିଶ୍ରଣରୁ ପ୍ରସ୍ତୁତ ହୁଏ ଏହି ସୁସ୍ୱାଦୁ ଖାଦ୍ୟ। ବନ୍ଧୁବାନ୍ଧବ ଓ ସାଇପଡ଼ିଶାରେ ଦିଆନିଆ ହୁଏ।

ଆମର ଏହି ଦ୍ଵିତୀୟା ଓଷା ଏବଂ ଘାଣ୍ଟ ତରକାରୀ ଖାଣ୍ଟି ଓଡ଼ିଆ ବ୍ରତ ଓଡ଼ିଆ ପରମ୍ପରାର ଗାଥା କୁ ସର୍ବଦା ବହନ କରୁଥିବ।

ବନ୍ଦେ ଉତ୍କଳ ଜନନୀ

SPREAD YOUR LOVE WITH YOUR FRIENDS AND FAMILY

Leave a Reply