Home / ମୁଖ୍ୟ ଖବର / ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଯୁବ ସରପଞ୍ଚ ସ୍ବର୍ଗତ ମନୋଜ ନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ।ମନୋଜ ଥିଲେ ଯୁବ ଓ ଛାତ୍ରଙ୍କ ପ୍ରେରଣା ।

ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଯୁବ ସରପଞ୍ଚ ସ୍ବର୍ଗତ ମନୋଜ ନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ।ମନୋଜ ଥିଲେ ଯୁବ ଓ ଛାତ୍ରଙ୍କ ପ୍ରେରଣା ।

ନୟାଗଡ଼,ତା-୧୦.୯.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ବ୍ଲକ୍ ବାଲୁଗାଁ ଗ୍ରାମପଞ୍ଚାୟତର ଯୁବ ସରପଞ୍ଚ ଇଂ ମନୋଜ କୁମାର ନାୟକ ଥିଲେ ଯୁବ ଓ ଛାତ୍ରଙ୍କ ପ୍ରେରଣା । ବିଜୁ ଜନତା ଦଳର ଜଣେ ଦୃଢ଼ ସଂଗଠକ ଭାବେ ନିଜର ପରାକାଷ୍ଠା ପ୍ରତିପାଦିତ କରିବା ସହ ଆବାଳ ବୃଦ୍ଧ, ବନିତାଙ୍କ ପ୍ରିୟଭାଜନ ହୋଇଥିଲେ । ବାଲୁଗାଁ ପଞ୍ଚାୟତ ସମେତ ନୟାଗଡ଼ ବ୍ଲକ ପ୍ରତ୍ୟେକ ପଞ୍ଚାୟତର ଜନପ୍ରତିନିଧି, ସରକାରୀ କର୍ମଚାରୀଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିଲା । ୩୪ ବର୍ଷ ବୟସରେ ଜଣେ ଦୃଢ଼ ଓ କର୍ମନିଷ୍ଠ ରାଜନେତା ଭାବେ ପରିଚିତ ହୋଇଥିଲେ । ଗତ ୩ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ବେଳେ ସାମାଜିକ

ଗଣମାଧ୍ୟମରେ ଆଜି ବି ତାଙ୍କୁ ଲୋକ ମନେ ପକାଉଛନ୍ତି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ମନୋଜଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଏଭଳି ମତ ପ୍ରକାଶ ପାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓ ବରିଷ୍ଠ ନାରୀ ନେତ୍ରୀ ଶ୍ରୀମତୀ ଇରାନୀ ରାୟ ମନୋଜଙ୍କୁ ନେଇ ରହିଥିବା ସ୍ମୃତି ଏବଂ ତାଙ୍କ ଚିକିତ୍ସା ସମୟର କଥାକୁ ବଖାଣିବା ସହ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏହି ଶୋକସଭାରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସୁବାଷ ଚନ୍ଦ୍ର କହଁର, ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ନୟାଗଡ଼ ବ୍ଲକ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ୍ର, ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ଅମରେଶ୍ୱର ଜେନା, ପୂର୍ବତନ ଛାତ୍ର ସଭାପତି ନୀଳମାଧବ ପଣ୍ଡାଙ୍କ ସମେତ ପ୍ରତାପ ନନ୍ଦ,ଏସକେ ନଇମଙ୍କ ସମେତ ବହୁ ନୟାଗଡ଼ ଓ ଓଡ଼ଗାଁ ବ୍ଲକର କର୍ମୀ ଏବଂ ନୟାଗଡ଼ର ବହୁ ବ୍ୟକ୍ତି ସାମିଲ ହୋଇଥିଲେ । ଏହି ଅବସରରେ ମନୋଜଙ୍କ ଆତ୍ମାର ସତଗତି କାମନା କରି ଅଶ୍ରୃଳ ଶ୍ରଦ୍ଧାଞ୍ଜଳି ସହ ନୀରବ ପ୍ରାର୍ଥନା କରାଯାଇଥିଲା ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply