Home / ସ୍ୱାସ୍ଥ୍ୟ / ଭ୍ରାମ୍ୟମାଣ ରକ୍ତଦାନ ମାଧ୍ୟମ ରେ ଦିବଂଗତ ବିଧାୟକ ଙ୍କୁ ଶ୍ରଦ୍ଧାଞ୍ଜଳି

ଭ୍ରାମ୍ୟମାଣ ରକ୍ତଦାନ ମାଧ୍ୟମ ରେ ଦିବଂଗତ ବିଧାୟକ ଙ୍କୁ ଶ୍ରଦ୍ଧାଞ୍ଜଳି

img 20231028 wa0000

ତା.୨୬.୧୦.୨୩ରିଖ (ଗୁରୁବାର) ପିପିଲି – ଡେଲାଙ୍ଗ ର ଦିବଂଗତ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଙ୍କ ର ଏକା ଦଶାହ ଅବସର ରେ ବ୍ଲଡ଼ ଡୋନର ଗ୍ରୁପ ର ମୁଖ୍ୟ ପରିଚାଳକ ପଦ୍ମ ଲୋଚନ ମହାପାତ୍ର ଙ୍କ ଉଦ୍ୟମ କ୍ରମେ ପ୍ରଥମ କରି ପିପିଲି – ଡେଲାଙ୍ଗ ଅଞ୍ଚଳ ରେ ଏକ ଭ୍ରାମ୍ୟମାଣ ରକ୍ତଦାନ ଶିବିର ମାଧ୍ୟମ ରେ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ସ୍ୱର୍ଗତଃ ଯୁଧିଷ୍ଠିର ଙ୍କ ପୁତ୍ର ତଥା ରାଜ୍ୟ ଖାଦ୍ୟ ଆୟୋଗ କମିଟି ର ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ ,ସମାଜସେବୀ ମନ୍ମଥ ରାଉତରାୟ ଏବଂ ଆୟୋଜକ ମଣ୍ଡଳୀ ର ସଦସ୍ୟ ମାନେ ଦିବଂଗତ ବିଧ୍ୟାୟକ ଙ୍କ ଫଟୋଚିତ୍ର ରେ ପୁଷ୍ମମାଲ୍ୟ ଅର୍ପଣ କରିବା ସହିତ ଅମର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ l ରାଜ୍ୟ ରେଡକ୍ରସ ଦ୍ଵାରା ଅଞ୍ଚଳ ରେ ଏହି ସେବା ପ୍ରଥମ କରି ଆରମ୍ଭ କରାଯାଇଥିବା ରୁ ଯୁବ ପୀଢ଼ି ମାନ ଙ୍କ ମଧ୍ୟରେ ରକ୍ତଦାନ କୁ ନେଇ ଉତ୍ସାହ ବଢିବା ସହ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ଆଗ୍ରହ ବୃଦ୍ଧି ପାଇଛି ।ଏହି କାର୍ଯ୍ୟକ୍ରମ ରେ ଉଭୟ ରେଡକ୍ରସ ର ଭୁବନେଶ୍ୱର ଓ କଟକ ଶାଖା ର ଦୁଇଟି ଶୀତତାପ ନିୟନ୍ତ୍ରିତ ଭ୍ରମ୍ୟଯାନ ଯୋଗେ ପିପିଲି – ଡେଲାଙ୍ଗ ନିକଟବର୍ତ୍ତୀ ମାଧିପୁର ତଥା ଏହାର ଆଖପାଖ ଅଞ୍ଚଳ ରୁ ୫୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି l ରେଡକ୍ରସ ରାଜ୍ୟ ଶାଖା ର ଅଧିକାରୀ ମାନେ ରକ୍ତଦାତା ମାନଙ୍କୁ ରକ୍ତଦାନ ସମ୍ପର୍କିତ ଉପକାରିତା ଉପରେ ବୁଝାଇବା ସହିତ ରକ୍ତଦାନ ପରବର୍ତ୍ତୀ ସଚେତନତା କୁ ନେଇ ଅବଗତ କରାଇଥିଲେ ।ଗ୍ରୁପ ର ସହ ପରିଚାଳକ ସୁଶାନ୍ତ କୁମାର ରଥ ସମସ୍ତ ରକ୍ତଦାତା ମାନ ଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିବା ସହ ସଂଯୋଜକ ନିହାର ରଞ୍ଜନ ସ୍ୱାଇଁ କାର୍ଯ୍ୟକ୍ରମ ଟି ର ସୁପରିଚାଳନା କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply