Home / ମୁଖ୍ୟ ଖବର / ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ ।

ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ ।

ନୟାଗଡ଼,ତା-୧୦.୯.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟର ନୂତନ ଗୃହ ମାନ୍ୟବର ସାଂସଦ ପୁରୀ ଡଃ ସମ୍ବିତ ପାତ୍ରଙ୍କ କର କମଳରେ ଶୁଭ ଉଦଘାଟିତ ହୋଇଯାଇଛି l ଏହି ଲୋକାର୍ପଣ ଉତ୍ସବ ଅବସରରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ନୟାଗଡ଼ ଡ଼ଃ ଅରୁଣ କୁମାର ସାହୁ, ମାନ୍ୟବର ଅଧ୍ୟକ୍ଷ ଜିଲ୍ଲା ପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିବନ୍ଧକ ଶ୍ରୀ ବିଜୟାନନ୍ଦ ନାୟକ, ଜିଲ୍ଲା ଉପ ନିବନ୍ଧକ ଡ଼ଃ ସ୍ଵାତିଲେଖା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l

ଏହି ନୂତନ କାର୍ଯ୍ୟାଳୟଟି ଏକ କୋଟି ଚାଳିଶି ଲକ୍ଷ ଛଅଷଠି ହଜାର ବ୍ୟୟ ଅଟକଳରେ ନିର୍ମିତ ହୋଇଅଛି । ଯାହାଫଳରେ ଜିଲ୍ଲାର ସମୁଦାୟ ୨୬୩ ରାଜସ୍ବ ଗ୍ରାମର ଜନସାଧାରଣ ଉପକୃତ ହେବେ।ଏହି ଅବସରରେ ମୋହରୀ ସଙ୍ଘ ର ସଭାପତି ଶ୍ରୀ କ୍ଷୀରୋଦ କୁମାର ମହାପାତ୍ର , ସମସ୍ତ ମୋହରୀ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply