Home / ରାଜନୀତି / ସୁର ବାବୁଙ୍କୁ ଅପମାନ

ସୁର ବାବୁଙ୍କୁ ଅପମାନ

whatsapp image 2022 10 11 at 6.51.41 pm

ଭୁବନେଶ୍ୱର ରୁ ଆସିଛି ଚାଞ୍ଚଲ୍ୟ କର ଖବର, କଳିଙ୍ଗ ଷ୍ଟାଡିୟମରେ ଜଟଣୀ ର କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଅପମାନିତ କରାଯାଇଛି। ଫୁଟ ବଲ ଖେଳ ଦେଖିବାକୁ ଯିବା ସମୟରେ କଳିଙ୍ଗ ଷ୍ଟାଡିୟମ୍ ଗେଟରେ ମୁତୟନ ହୋଇଥିବା ଜଣେ ବିଦେଶୀ ସୁରକ୍ଷା କର୍ମୀ ତାଙ୍କ ବାହୁଧରି ବାହାର କରିଦେଇଛନ୍ତି। ଏପରି ଅଭିଯୋଗ ଖୋଦ୍‌ ସୁର ରାଉତରାୟ କରିଛନ୍ତି।

ଆଜିଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି ୧୭ ବର୍ଷରୁ କମ ମହିଳା ଫୁଟବଲ୍‌ ବିଶ୍ୱକପ୍‌। ମ୍ୟାଚ୍‌ ଦେଖିବା ପାଇଁ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ନିମୟନ୍ତ୍ରଣ କରାଯାଇଥିଲା। ଆଥଲେଟିକ ଆସୋସିଏସନ ସଭାପତି ଭାବେ ତାଙ୍କୁ ଏକ ପାସ୍‌ ଦିଆଯାଇଥିଲା। ପାସ୍‌ ପାଇବା ପରେ ଶ୍ରୀ ରାଉତରାୟ ଖେଳ ଦେଖିବା ପାଇଁ ଷ୍ଟାଡିୟମ୍‌ ଭିତରେ ପ୍ରବେଶ କରୁଥିଲେ।

ତେବେ ଗେଟ୍‌ ପାଖରେ ଛିଡ଼ା ହୋଇଥିବା ଜଣେ ବିଦେଶୀ ସୁରକ୍ଷା କର୍ମୀ ଶ୍ରୀ ରାଉତରାୟଙ୍କୁ ପ୍ରଥମେ ଅଟକାଇ ଥିଲେ। ପରେ ତାଙ୍କୁ ଟିକଟ ମାଗିଥିଲେ। ଏହା ପରେ ଶ୍ରୀ ରାଉତରାୟ ପାଖରେ ରଖିଥିବା ପାସ୍‌ ଦେଖାଇଥିଲେ। ତଥାପି ସୁରକ୍ଷା କର୍ମୀ ଜଣକ ତାଙ୍କୁ ଛାଡ଼ି ନଥିଲେ। ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରିକି ତାଙ୍କ ବାହୁ ଧରି ବାହାର କରିଦେଇଥିବା ଅଭିଯୋଗ ହୋଇଛି।
ଅପମାନିତ ହୋଇ ଫେରିବା ପରେ ସୁର ରାଉତରାୟ ଗଣମାଧ୍ୟମକୁ କହିଛନ୍ତି, ମୋତେ ବହୁ ମାତ୍ରାରେ ଅପମାନିତ କରାଯାଇଛି। ନବୀନ ବାବୁ ଷ୍ଟାଡିୟମ୍‌ ପାଇଁ ତୁମର କିଛି ଦାନ ନାହିଁ। ତୁମେ କେବଳ ଆଧୁନିକୀ କରଣ କରିଛ ଓ ଖେଳ କରାଉଛ। କଳିଙ୍ଗ ଷ୍ଟାଡିୟମ୍‌କୁ କରିଛୁ ଆମେ। ତୁମେ(ନବୀନ) ବାଦ୍‌ସାହା ଭଳିଆ ଭିତରକୁ ଯିବ। ଆଉ ଆମକୁ ଗୋଟିଏ ପାସ୍‌ ଦେଇ ଗେଟ୍‌ ପାଖରୁ ଫେରାଇଦେବ? ଘୋର ଲଜ୍ଜ୍ୟା। ଏଠି ସବୁ ଅଭଦ୍ର। ଏ ସରକାର ଅଭଦ୍ର। ଏ ମ୍ୟାନେଜମେଣ୍ଟ ଅଭଦ୍ର। ଏହି ପାସ୍‌ କାହିଁକି ଦେଉଥିଲ? ଏହାର କିଛି ମୂଲ୍ୟ ନାହିଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply