Home / ସାମାଜିକ / ନ଼ୟାଗଡ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ନ଼ୟାଗଡ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

subhadra

ନୟାଗଡ , ତା ୦୬/୦୬/୨୦୨୫ ରିଖ -( ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ ) – ନ଼ୟାଗଡ ବ୍ଳକ୍ ସ୍ତରୀୟ ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ସ୍ଵୟଂଶାସିତ ମହାବିଦ୍ୟାଳୟ ନୟାଗଡ ଠାରେ ଥିବା ଡାଇମଣ୍ଡ ଜୁବୁଲି କନଫରେନ୍ସ ଗୃହ ଠାରେ ଅନୁଷ୍ଠିତ ହେଇଥିଲା। ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ ନ଼ୟାଗଡ ବ୍ଲକ୍ ବିଡ଼ିଓ ଐଶ୍ୱର୍ଯ୍ୟା ଭୂୟାଁଙ୍କ ତତ୍ଵାବଧାନରେ ପରିଚାଳିତ ହୋଇଥିଲା ।

whatsapp image 2025 06 06 at 23.50.01 f8f43df3

ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ସିଡିପିଓ ଇନଚାର୍ଜ ଆଞ୍ଚଲ୍ ପାତ୍ର, ପ୍ରୀତମ୍ କୁମାର ମହାରଣା ବିଏସଏସଓ ନୟାଗଡ, ନୟାଗଡ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ପୂର୍ଣ୍ଣିମା ତ୍ରିପାଠୀ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ୨୨ଟି ଏସଏଚଜିର ୬୬ ଜଣ ମାଆ ଭାଗ ନେଇଥିଲେ। ୨୨ଟି ଏସଏଚଜି ଭିତରୁ ମା ଗାୟତ୍ରୀ ଏସ ଏଚଚଜି, ବଡପଣ୍ଡୁସର ପ୍ରଥମ, ମା ନାରାୟଣୀ ଏସଏଚଜି,ପ୍ରତାପପସାଦ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ସବୁ ମା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।

whatsapp image 2025 06 06 at 23.48.13 9057f22d

ପ୍ରଥମ ସ୍ଥାନ ଅଧିକାର କରିଥିବା ଏସ.ଏଚ.ଜି. କୁ ୫୦୦୦ ଟଙ୍କା, ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଏସ.ଏଚ.ଜି. କୁ ୪୦୦୦ ଟଙ୍କା କ୍ୟାସ District level Subhadra Shakti traditional food competition program ରେ ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି।ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ ମିଶନ ଶକ୍ତି ବିଭାଗ ଦ୍ୱାରା ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ BPC MS Sasmita Mallick, BPM OLM Sushree Sangita Das, BLC Sanjukta Kara, Alok Kumar Muduli, Jitendra Samant and BPA Manoj Kumar Samantaray ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY