Home / ରାଜନୀତି / କଟକଣା ପଞ୍ଚାୟତର ଛାତ୍ର ବିଜେଡି ସଭାପତି ହେଲେ ରୁଦ୍ରନାରାୟଣ

କଟକଣା ପଞ୍ଚାୟତର ଛାତ୍ର ବିଜେଡି ସଭାପତି ହେଲେ ରୁଦ୍ରନାରାୟଣ

କାକଟପୁର ତା 10/1,ବିଜୁଛାତ୍ର ଜନତାଦଳକୁ ତୃଣମୂଳ ସ୍ତରରୁ ସଂଗଠିତ କରିବାକୁ ପୁରୀଜିଲ୍ଲାର କାକଟପୁର ନିର୍ବାଚନ ମଣ୍ଡଳୀର କାକଟପୁର ବ୍ଲକ କଟକଣା ଗ୍ରାମ ପଞ୍ଚାୟତର ବିଜୁ ଛାତ୍ର ଜନତା ଦଳ ସଭାପତି ଭାବେ ରୁଦ୍ରନାରାୟଣ ମଲ୍ଲିକଙ୍କୁ କାକଟପୁର ନିର୍ବାଚନ ମଣ୍ଡଳୀର ବିଜୁ ଛାତ୍ର ଜନତା ଦଳ ସଭାପତି ରାକେଶ ବେହେରା ଏବଂ କାକଟପୁର ବ୍ଲକ ବିଜୁ ଛାତ୍ର ଜନତା ସଭାପତି ବିଷ୍ଣୁ ଚରଣ ନାୟକ ଚୟନ କରିଛନ୍ତି ।ରୁଦ୍ରନାରାୟଣ ଏହାର ଶ୍ରେୟ ରାଜ୍ୟ ବିଜେଡ଼ି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର, ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ , କାକଟପୁର ବ୍ଲକ ବିଜେଡି ସଭାପତି ପ୍ରାଣ ନାଥ ମଲିକଙ୍କୁ ଦେବା ସହ କଟକଣା ପଞ୍ଚାୟତରେ ତୃଣ ମୂଳ ସ୍ତରରୁ ଛାତ୍ର ବିଜେଡିକୁ ସଶକ୍ତ କରିବା ପାଇଁ ଶ୍ରୀ ମଲ୍ଲିକ ମଙ୍ଗଳବାର ଏକ ପ୍ରେସ ବିବୃତିରେ କହିବା ସହିତ ଯୁବକମାନେ ରାଜ୍ୟର ମଙ୍ଗ ଧରି ରାଜ୍ୟକୁ ଆଗେଇନେବାକୁ ସେ ଯୁବ ବର୍ଗ ଙ୍କୁ ଆହ୍ୱାନ ଦେଇଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply