Home / ମୁଖ୍ୟ ଖବର / ୩୩ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ୍ କ୍ରିକେଟ

୩୩ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ୍ କ୍ରିକେଟ

କାକଟପୁର:-08/01-କାକଟପୁର ହାଇସ୍କୁଲ ପଛ ପଡିଆ ମିନି ଷ୍ଟାଡିୟମ ଠାରେ ୩୩ ତମ ରାଜ୍ୟ ସ୍ତରୀୟ ମଙ୍ଗଳା କପ୍ କ୍ରିକେଟ ଫାଇନାଲ ମ୍ୟାଚ ରେ ପରସ୍ପର କୁ ଭେଟିଥିଲେ କ୍ରାଉନ ସ୍ପୋର୍ଟିଂ ଭୁବନେଶ୍ୱର ବନାମ ଏମ. ସି. ସି ସ୍ପୋର୍ଟିଂ କାକଟପୁର.ପ୍ରଥମେ ଟସ ଜିତି କ୍ରାଉନ ସ୍ପୋର୍ଟିଂ ନିର୍ଦ୍ଧାରିତ କୋଡିଏ ଓଭର ରେ ୩ ଉଇକେଟ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା, ଦଳ ପକ୍ଷ ରୁ ଚକ୍ରଧର ଦି୍ୱେଦୀ ଅପରାଜିତ ୫୬ ରନ୍, ନାୟକ ଜନ୍ମଜେୟ ୫୫ ରନ୍ ସଂଗ୍ରହ କରିଥିଲେ. ଏମ୍ . ସି. ସି କାକଟପୁର ପକ୍ଷ ରୁ ସୁମିତ, ବାଦଲ, କିସାନ ବୋଲିଂ କରି ଏକ ଟି ଲେଖା ଉଇକେଟ ନେଇଥିଲେ. ଏହାର ଜବାବ ରେ ଏମ. ସି. ସି କାକଟପୁର ୧୮୩ ରନ୍ ର ବିଜୟ ଲକ୍ଷ୍ୟ କୁ ପିଛା କରି ନିର୍ଦ୍ଧାରିତ ୧୮. ୨ ଓଭର ରେ ସମସ୍ତ ଉଇକେଟ ହରାଇ 143ରନ୍ ସଂଗ୍ରହ କରିଥିଲା.ଯାହାକି 33ତମ ରାଜ୍ୟ ସ୍ତରୀୟ କ୍ରିକେଟ କପ୍ ରେ କ୍ରାଉନ ସ୍ପୋର୍ଟିଂ ଭୁବନେଶ୍ୱର ଚମ୍ପିୟାନ ହୋଇଛି.ଉଦଯାପନୀ ଦିବସ ରେ ମୁଖ୍ୟ ଅତିଥି ରୂପେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ମୁଖ୍ୟ ବକ୍ତା ପୁରୀ ଜିଲ୍ଲା ପରିଷଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ, ସମ୍ମାନିତ ଅତିଥି ଜ୍ଞାନ ରଞ୍ଜନ ସାହୁ, ହିମାଂଶୁ ଭୂଷଣ ଦୀକ୍ଷିତ, କବିରାଜ ବିଶ୍ୱାଳ ମଂଚାସୀନ ଅତିଥି ଭାବେ ଉପସ୍ଥିତ ରହିଥିଲେ.ମାନ୍ୟବର କ୍ରୀଡା ମନ୍ତ୍ରୀ ଦଶ ଲକ୍ଷ ଟଙ୍କା ପଡିଆ ର ଉନ୍ନତି ପାଇଁ ଘୋଷଣା କରିବା ସହ, ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବ୍ଲକ ସ୍ତରୀୟ ମିନି ଷ୍ଟାଡିୟମ ରେ କାକଟପୁର କୁ ସାମିଲ୍ କରାଯାଇଛି ବୋଲି ପ୍ରତିଶୃତି ଦେଇଛନ୍ତି. ତା ସହିତ ଅତିଥି ମାନଙ୍କ ଦ୍ଵାରା ଚମ୍ପିୟନ ଟିମ୍ କ୍ରାଉନ ସ୍ପୋର୍ଟିଂ ଭୁବନେଶ୍ୱର କୁ ତିରିଶ ହଜାର ଟଙ୍କା ସହ ଚମ୍ପିୟାନ ଟ୍ରଫି, ରନର୍ସ ଅପ୍ ଦଳ ଏମ. ସି. ସି କାକଟପୁର କୁ କୋଡିଏ ହଜାର ଟଙ୍କା ସହ ରନର୍ସ ଅପ୍ ଟ୍ରଫି, ତା ସହିତ ମ୍ୟାନ ଅଫ ସିରିଜ ନାୟକ ଜନ୍ମଜେୟ, ମ୍ୟାନ ଅଫ ଦୀ ମ୍ୟାଚ ଚକ୍ରବର୍ତ୍ତୀ ଦିବେଦୀ ଙ୍କୁ କପ୍ ପ୍ରଦାନ କରାଯାଇଥିଲା. ନିର୍ମଳ ମିଶ୍ର ଓ ଅୟସ କାନ୍ତ ମିଶ୍ର ଅମ୍ପୟାର କରୁଥିବା ବେଳେ ଧାରା ବିବରଣୀ ଦାୟିତ୍ୱ ରେ ଭାଗବତ ସ୍ୱାଇଁ, କୁମାର ଭବାନୀ, ସଭାପତି ପ୍ରଦୀପ୍ତ ଦୀକ୍ଷିତ, ଉପ ସଭାପତି ପ୍ରଦୀପ୍ତ ପଣ୍ଡା, ଇଂ ସୂର୍ଯ୍ୟ କାନ୍ତ ଦୀକ୍ଷିତ, ପ୍ରଦୁମ୍ନ ସେନାପତି,ମିହିର ରଞ୍ଜନ ଦୀକ୍ଷିତ, ଧାରା ବିବରଣୀ ପ୍ରଦାନ କରିଥିଲେ.ଖେଳ ର ସମସ୍ତ ସ୍କୋର ଦାୟିତ୍ୱ ରେ ଲିକୁନ୍ ଓ ସଚିନ୍, ପରିଚାଳନା ରେ ଧୀରେନ ଚାନ୍ଦ, ଉପଦେଷ୍ଟା ତୁଷାର ରଞ୍ଜନ ଦୀକ୍ଷିତ, ପ୍ରଦ୍ୟୁମ୍ନ ସେନାପତି, ସମ୍ପାଦକ ଶୁଭ୍ରାଂଶୁ ଭୂଷଣ ଦୀକ୍ଷିତ, ସ୍ୟାମ ସୁନ୍ଦର ରଣା, ସଞ୍ଜୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply