Home / ସଂସ୍କୃତି ଓ ପରମ୍ପରା / ମକର ସଂକ୍ରାନ୍ତି ରେ ମା ମଙ୍ଗଳା ଙ୍କ ସ୍ଵତନ୍ତ୍ର ନୀତି

ମକର ସଂକ୍ରାନ୍ତି ରେ ମା ମଙ୍ଗଳା ଙ୍କ ସ୍ଵତନ୍ତ୍ର ନୀତି

କାକଟପୁର ବାସିନୀ ମା”ମଙ୍ଗଳା ଙ୍କ ପାଖରେ ମକର ସଂକ୍ରାନ୍ତି ଉପଲକ୍ଷେ ସ୍ଵତନ୍ତ୍ର ନୀତି ହୋଇଯାଇଛି ,ପ୍ରତ୍ୟୁଷ ରୁ ଠାକୁରାଣୀଙ୍କୁ ସ୍ନାନ ମାର୍ଜଣା ପରେ ସର୍ବ ସାଧାରଣ ଦର୍ଶନ ନିମନ୍ତେ ପହଡ଼ ଖୋଲାଯାଇଥିଲା । ଭକ୍ତ ମାନେ ଧାଡିରେ ମା ମଙ୍ଗଳାଙ୍କୁ ଦର୍ଶନ କରି ନିଜ ପରିବାର ପାଇଁ ଶୁଭ ମନାସି ଥିଲେ, ସେହିପରି ବିଭିନ୍ନ ଶୈବ ପୀଠ ମାନଙ୍କରେ ଦର୍ଶନ ନିମନ୍ତେ ଭିଡ଼ ଲାଗିରହିଥିଲା, ସୋମେଶ୍ୱର ପୀଠ, ନାରାୟଣୀ ପୀଠ ଓ ମାଧବାନନ୍ଦ ପୀଠ ରେ ଭୋରୁ ଶ୍ରଦ୍ଧାଳୁ ମାନେ ଲମ୍ବା ଧାଡ଼ି ରେ ଯାଇ ଦର୍ଶନ କରିଥିଲେ। ଆଜି ମକର ବେଢା ଥିବାରୁ ମା ମଙ୍ଗଳା ମନ୍ଦିର ଓ ନାରାୟଣୀ ମନ୍ଦିରରେ ପୂଜକ ମାନଙ୍କ ଦ୍ୱାରା ସୂସଜ୍ଜିତ ଅଷ୍ଟଧାତୁ ନିର୍ମିତ ଥାଳି ରେ ପ୍ରତିମୂର୍ତ୍ତି ରଖାଯାଇ ହରିବୋଲ ହୁଳହୁଳି, ଛତା, ଛତ୍ରୀ, ଶଙ୍ଖ ଧ୍ଵନି ରେ ଏକ ଅଧ୍ୟାତ୍ମିକ ପରିବେଶ ଦ୍ୱାରା ତିନି ଘେରା ମନ୍ଦିର ଚାରିପଟ ବୁଲି, ପୁନର୍ବାର ନୀତି ଆରମ୍ଭ ହୋଇଥିଲା, ଏହି ଦିନରେ ମନ୍ଦିର ରେ ନୂଆ ଅରୁଆ ଚାଉଳ,ଦହି, ନଡ଼ିଆ, ଛେନା, କଦଳୀ, ଗୋଲମରିଚ, ଡାଳିମ୍ବ, ଆଖୁ, କ୍ଷୀରରେ ପ୍ରସ୍ତୁତ ଭୋଗ କୁ ଦେବା ଦେବୀ ଙ୍କ ପାଖରେ ସମର୍ପଣ କରିବା ପରେ ଏହାକୁ ପ୍ରସାଦ ରୂପେ ପାଇଥାନ୍ତି ଭକ୍ତମାନେ। ପୁରୁଣା ସ୍ମୁତି କୁହେ ଏହି ମକର ଭୋଗ ଖାଇ ଝିଅ ଓ ସ୍ତ୍ରୀ ଲୋକମାନେ ପରସ୍ପର କୁ ଖୁଆଇ ମକର ବସିଥାନ୍ତି ସେ ସମୟ ଆଉ ନାହିଁ ବୋଲି ବହୁ ପୁରୁଖା ଲୋକମାନେ କୁହନ୍ତି, ଆଜି ମକର ସଂକ୍ରାନ୍ତି ଥିବାରୁ ବଜାର ଘାଟ ରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା କିନ୍ତୁ ପୋଲିସ ପ୍ରଶାସନ ତରଫରୁ ପ୍ରତ୍ୟେକ ମନ୍ଦିରରେ ଭକ୍ତ ମାନଙ୍କ ପାଇଁ ସମସ୍ତେ ପ୍ରକାର ସୂ ବନ୍ଦୋବସ୍ତ କରାଯାଇଥିଲା

SPREAD YOUR LOVE WITH YOUR FRIENDS AND FAMILY

Leave a Reply