Home / ମୁଖ୍ୟ ଖବର / ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ,ସହପାଠୀ-୮୩ ବ୍ୟାଚ ର ବନ୍ଧୁ ମିଳନ

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ,ସହପାଠୀ-୮୩ ବ୍ୟାଚ ର ବନ୍ଧୁ ମିଳନ

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ସାକ୍ଷୀଗୋପାଳ, ପୁରୀ, ୧୯୮୩ ବ୍ୟାଚ ର ମିଳିତ ସହଯୋଗରେ ସତ୍ୟବାଦୀ ସ୍ଥିତ କ୍ରିଷ୍ଣା ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି ଏକ ବନ୍ଧୁ ମିଳନ ଉତ୍ସବ, ସହପାଠୀ-୮୩। ଏହି କାର୍ଯ୍ୟକ୍ରମ ରେ ଅଶୋକ କୁମାର ସୁବୁଦ୍ଧି ସଙ୍ଗୀତ ପରିବେଷଣ କରି ସହପାଠୀ ଙ୍କ ମନ ମୋହିଥିଲେ।

ଏହି ବନ୍ଧୁ ମିଳନ ଉତ୍ସବ ରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ସାକ୍ଷୀଗୋପାଳ, ୧୯୮୩ ବ୍ୟାଚ ର ସହପାଠୀ , ତଥା ସେ ସମୟ ର ଶିକ୍ଷକ ଶ୍ରୀଯୁକ୍ତ ଫକୀର ଚରଣ ବେହେରା ଯୋଗଦାନ କରିଥିଲେ। ଏହି ଅବସର ରେ ଛାତ୍ରମାନେ ଶ୍ରୀଯୁକ୍ତ ଫକୀର ଚରଣ ବେହେରା ଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଶ୍ରୀଯୁକ୍ତ ଫକୀର ଚରଣ ବେହେରା ମଧ୍ୟ ନିଜ ସାଙ୍ଗରେ ଆଣିଥିବା ସୁସ୍ୱାଦୁ ମିଠା, ଛାତ୍ର ମାନଙ୍କୁ ବଣ୍ଟନ କରିଥିଲେ ଏବଂ ନିଜ ପିଲାମାନଙ୍କୁ ଆଶୀର୍ବାଦ ଦେଇ ପିଲାମାନଙ୍କ ପ୍ରତି ଅଗାଧ ପ୍ରୀତି ପ୍ରଦର୍ଶନ କରିଥିଲେ।

କାର୍ଯ୍ୟକ୍ରମ ପରେ ଛାତ୍ର ମାନେ ଶିକ୍ଷକଙ୍କୁ, ସତ୍ୟବାଦୀ ଉଚ୍ଚବିଦ୍ୟାଳୟ, ସାକ୍ଷୀଗୋପାଳ ମନ୍ଦିର, ତଥା ବକୁଳବନ ଦର୍ଶନାର୍ଥେ ନେଇ ଯାଇଥିଲେ। ଶ୍ରୀଯୁକ୍ତ ଫକୀର ଚରଣ ବେହେରା ପିଲାମାନଙ୍କର ଏଭଳି ଆତିଥ୍ୟ ରେ ନିଜର ଖୁସି ପ୍ରକଟ କରିଥିଲେ ଏବଂ ନିଜ ର ପୁରୁଣା ସ୍ମୃତି କୁ ମାନେ ପକାଇଥିଲେ।

ଏହି ବନ୍ଧୁ ମିଳନ ଉତ୍ସବ ରେ ସହପାଠୀ ମାନେ ନିଜର ସାଙ୍ଗସାଥୀ ମାନଙ୍କ ସହ ସେମାନଙ୍କ ସ୍କୁଲ ଜୀବନର ବିଭିନ୍ନ ସ୍ମୃତି ଓ ଅନୁଭୁତିକୁ ବାଣ୍ଟିଥିଲେ । ଶ୍ରୀଯୁକ୍ତ ଫକୀର ଚରଣ ବେହେରା ମଧ୍ୟ ସେ ମସୟର ଛାତ୍ରଛାତ୍ରୀଙ୍କର ଗୁରୁ ମାନଙ୍କ ପ୍ରତି ସମ୍ମାନବୋଧ ସଂପର୍କରେ ନିଜର ଅନୁଭୁତି ବଖାଣିଥିଲେ । ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦୀର୍ଘ ବର୍ଷ ପରେ ଏକାଠି ହୋଇଥିବା ସାଙ୍ଗସାଥୀ ମାନେ ପରସ୍ପରକୁ ଭାବବିହ୍ବଳ ବିଦାୟ ଜଣାଇଥିଲେ …..

SPREAD YOUR LOVE WITH YOUR FRIENDS AND FAMILY

Leave a Reply