କାକଟପୁର ତା ୧୭/୧,ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ କାକଟପୁର ଠାରେ ୩୫ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି। ଦେଶବ୍ୟାପୀ ପ୍ରତି ବର୍ଷ ଆରମ୍ଭରୁ ଜାନୁଆରି ମାସର ୧୧ ତାରିଖରୁ ୧୭ ତାରିଖ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ପାଳନ କରାଯାଏ। ସେହିପରି କାକଟପୁର ଠାରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି। ଯୁବ ରେଡକ୍ରସ ବିଭାଗ, ନେତ୍ରାନନ୍ଦ ସାହୁ, ମହିଳା ମହାବିଦ୍ୟାଳୟ, କାକଟପୁର ଓ ମାଷ୍ଟର ଗିରିଜା ମେମୋରିଆଲ ରୋଡ଼ ସେଫଟି ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱରର ମିଳିତ ସହଯୋଗରେ ଏକ ରାଲି ନେତ୍ରାନନ୍ଦ ସାହୁ ମହିଳା ମହାବିଦ୍ୟାଳୟ ଠାରୁ ବାହାରି କାକଟପୁର ବଜାର ପରିକ୍ରମା କରିବା ପରେ କାକଟପୁର ଥାନା ପରିସରରେ ପହଞ୍ଚି ଲୋକମାନଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ କାକଟପୁର ଥାନା ଅଧିକାରୀ ପ୍ରିୟ ରଞ୍ଜନ ନାୟକ, ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଇନିସ୍ପେକ୍ଟର ସୁଶାନ୍ତ କୁମାର ପାତ୍ର, ରେଡ କ୍ରସ କାଉନସେଲର ତଥା ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଅମୀୟ ବାଳା ପରିଡା,କାକଟପୁର ଶ୍ରୀ ଅଟୋମୋବାଇଲସ ର ସତ୍ୱାଧିକାରୀ ସଲିଳ ରଞ୍ଜନ ଦୀକ୍ଷିତ, ଯାହାନ ପବ୍ଲିକ ସ୍କୁଲର ନିର୍ଦ୍ଦେଶିକା ସୁମିତ୍ରା ପରିଡା, ଯାହାନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମତା ମହାପାତ୍ରଙ୍କ ସମେତ ମହିଳା ମହାବିଦ୍ୟାଳୟର ଛାତ୍ରୀ, ଯାହାନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ, କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଏନସିସି କ୍ୟାଡେଟଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ l ପରେ ପରେ ଏକ ସଚେତନତା ସଭା ସ୍ଥାନୀୟ କାକଟପୁର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା l
୩୫ ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ
No Comments
January 17, 2023 2:05 pm

Previous Article
Next Article

ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ
୫ଟି ଅଧିକାରୀଙ୍କ ମଙ୍ଗଳା ମନ୍ଦିର ଗ୍ରସ୍ତ, ପରେ ଆଜି ପ୍ରଥମ ପର୍ଯ୍ୟାୟରେ ଉନ୍ନତିକରଣ କାର୍ଯ୍ୟ ପାଇଁ ସେବାୟତ ଙ୍କ ସହିତ ଆଲୋଚନା

Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





