ନୟାଗଡ଼,ତା- ୪-୨-୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କଜଳାଇପଲ୍ଲୀ ଠାରେ ଥିବା ସାରସ୍ବତ ଲୋକ ବିଦ୍ୟାପୀଠର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ୍ ଜୁବୁଲି ପାଳନ ପାଇଁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗତ ମାସ ୧୮ ତାରିଖରେ ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା ।ତାହାର କାର୍ଯ୍ୟକାରିତା ପାଇଁ ଭୁବନେଶ୍ୱର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ପ୍ରାକ୍ତନ ବୟୋଜ୍ୟେଷ୍ଠ ଛାତ୍ର କୃଷ୍ଣମୋହନ ରାୟଙ୍କ ଅଧ୍ୟକ୍ଷତାରେ ସବୁ ବ୍ୟାଚର ଛାତ୍ରୀ ମାନଙ୍କୁ ନେଇ ଏକ ବୈଠକରେ ପ୍ଲାଟିନମ୍ ଜୁବୁଲି ପରିଚାଳନା ପାଇଁ ସର୍ବସମ୍ମତି କ୍ରମେ ଏକ କାର୍ଯ୍ୟକାରୀ କମିଟି ଗଠନ କରାଗଲା ।ଏହି କମିଟିରେ ବୈକୁଣ୍ଠ ନାଥ ମହାପାତ୍ର ସଭାପତି,ମନମୋହନ ପଟ୍ଟନାୟକ ସମ୍ପାଦକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ

ଆବାହକ,ଦୀନବନ୍ଧୁ ମହାପାତ୍ର,ସୂର୍ଯ୍ୟମଣି ଦାସ,ଘନଶ୍ୟାମ ମହାପାତ୍ର,ବାସୁଦେବ ମିଶ୍ର,ଉଲ୍ଲାସ ଚନ୍ଦ୍ର ନାୟକ,ବିଜୟ କୁମାର ପ୍ରଧାନ,ଘନଶ୍ୟାମ ରାଉତ,ଲଳିତ କୁମାର ପଟ୍ଟନାୟକ , ଭୀମସେନ ମହାରଣା ଓ ସାରଙ୍ଗଧର ନାୟକ ପ୍ରଭୃତି ୧୩ ଜଣ ମନୋନୀତ ହୋଇଥିବା ସହିତ ଉପଦେଷ୍ଟା ଭାବରେ ବରିଷ୍ଠ ପ୍ରାକ୍ତନ ଛାତ୍ର ଡ.ସୋମନାଥ ମିଶ୍ର,କୃଷ୍ଣମୋହନ ରାୟ,ଅନନ୍ତ ଚରଣ ମିଶ୍ର,ଜଗମୋହନ ପଟ୍ଟନାୟକ ,ଡ .ମାନସ ରଞ୍ଜନ ପାତ୍ର, ଜାନକୀ ବଲ୍ଲଭ ମହାପାତ୍ର,ଚିନ୍ତାମଣି ସାହୁ,ଶରତ ଚନ୍ଦ୍ର ମିଶ୍ର ପ୍ରଭୃତି ମନୋନୀତ ହୋଇଛନ୍ତି ।ଆସନ୍ତା ଅପ୍ରେଲ ମାସର ତୃତୀୟ ସପ୍ତାହ ସମୟରେ ପ୍ଲାଟିନମ୍ ଜୁବୁଲି ହେବାକୁ ପ୍ରାୟ ସ୍ଥିରୀକୃତ ହୋଇଥିବାରୁ କମିଟିର ସଦସ୍ୟ ମାନେ ରଣପୁର ବିଧାୟିକା ତଥା ଓଡ଼ିଶାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ସହିତ ଆଲୋଚନା କରି ସମ୍ପୂର୍ଣ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସମ୍ମତି ସହିତ ଅତିଥି ଭାବରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ ସହିତ ଓଡ଼ିଶାର ମହାମହିମ ରାଜ୍ୟପାଳ,ମାନ୍ୟବର ମୁଖ୍ୟମନ୍ତ୍ରୀ,ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଇତ୍ୟାଦି ମାନଙ୍କୁ ଆମନ୍ତ୍ରଣ କରିବାର ନିଷ୍ପତି ନିଆଯାଇଛି ।ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଘନଶ୍ୟାମ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।











