Home / ମୁଖ୍ୟ ଖବର / ପୁରୁଣା ଦିନର ସ୍ମୁତି କୁ ମନେ ପକାଇଲେ ପୁରାତ୍ତନ ଛାତ୍ର,ଛାତ୍ରୀ

ପୁରୁଣା ଦିନର ସ୍ମୁତି କୁ ମନେ ପକାଇଲେ ପୁରାତ୍ତନ ଛାତ୍ର,ଛାତ୍ରୀ

କାକଟପୁର ସରକାରୀ ହାଇସ୍କୁଲ ର 1966 ମସିହା ବ୍ୟାଚ ର ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଦେଉଳି ମଠ ଠାରେ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର ଛାତ୍ରୀ ମାନେ ଦୀର୍ଘ 57 ବର୍ଷ ତଳର ହଜିଲା ସ୍ମୁତି, ଅନୁଭୂତି ଓ ଛାତ୍ର ଜୀବନରେ ଘଟି ଯାଇଥିବା ବହୁ ଘଟଣା ବଳିକୁ ମନେ ପକାଇ ପରସ୍ପର ମଧ୍ୟରେ ଖୁସି ମନାଇଥିଲେ, ସେ ସମୟରେ ସେମାନଙ୍କୁ ଶିକ୍ଷାଦାନ କରିଥିବା ଦିବଂଗତ ଶିକ୍ଷକ, ଶିକ୍ଷୟତ୍ରୀ ଓ ସହପାଠୀ ମାନଙ୍କ କଥା ମନେ ପକାଇ ଖେଣିକ ପାଇଁ ଏକ ଭାବା ବେଗ ପରିସ୍ଥିତି ସୃଷ୍ଟି ହୋଇଥିଲା, କେତେକ ଛାତ୍ର ବର୍ତ୍ତମାନ ବୟସ ର ଅପରାହ୍ନ ରେ ଉପନୀତ ହୋଇଥିବାରୁ ବର୍ତ୍ତମାନ ପରିସ୍ଥିତି ରେ ସେମାନଙ୍କ ପରିବାରର ପୁଅ, ବୋହୁ, ନାତି ନାତୁଣୀ ମାନେ କି ଭଳି ସ୍ନେହ ଶ୍ରଦ୍ଧା ରେ ବାନ୍ଧି ରଖିଛନ୍ତି ତାହା ମଧ୍ୟ ସହପାଠୀ ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା,ଏହି କାର୍ଯ୍ୟକ୍ରମ ରେ ସୁରେନ୍ଦ୍ର ନାଥ ମିଶ୍ର, ବିଷ୍ଣୁ ଚରଣ ମହାନ୍ତି, ରମେଶ ଚନ୍ଦ୍ର ଦୀକ୍ଷିତ, ରାମ ଚନ୍ଦ୍ର ନାୟକ, ରବୀନ୍ଦ୍ର ନାଥ ଦୀକ୍ଷିତ, କୃଷ୍ଣ ଚନ୍ଦ୍ର ଗୋଛାୟତ, ଭ୍ରମର ବର ରାଉତ, ବେଣୁଧର ସାହୁ , ଲକ୍ଷ୍ମୀ ଦତ୍ତ ଷଡ଼ଙ୍ଗୀ, କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହିତ ଦେଉଳି ମଠ ର ରାସ୍ତା କୁ ସଫେଇ କରିଥିଲେ। ବୟସ ର ଅପରାହ୍ନ ରେ ପହଞ୍ଚି ମଧ୍ୟ ଏହି କାର୍ଯ୍ୟ କରିଥିବାରୁ ସାରା ଅଞ୍ଚଳ ରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସେମାନେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply