Home / ମୁଖ୍ୟ ଖବର / କେନ୍ଦ୍ରାପଟୀ ପଞ୍ଚାୟତରେ ଧାନ ମଣ୍ଡି ଉଦଘାଟିତ

କେନ୍ଦ୍ରାପଟୀ ପଞ୍ଚାୟତରେ ଧାନ ମଣ୍ଡି ଉଦଘାଟିତ

କାକଟପୁର ତା 20/01,ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ କେନ୍ଦ୍ରାପଟୀ ସେବା ସମବାୟ ସମିତି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶକ୍ରମେ ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟୀ ସମବାୟ ସମିତି ପକ୍ଷରୁ ଧାନ କ୍ରୟ ଆରମ୍ଭ କରାଯାଇଛି। ଉକ୍ତ ମଣ୍ଡିକୁ ସମିତିର ସଭାପତି ଅଶ୍ୱିନୀ କୁମାର ରାଉତ ଉଦଘାଟନ କରିଥିବାବେଳେ ଅସ୍ତରଙ୍ଗ ବ୍ଲକର ସମବାୟ ସମ୍ପ୍ରସାରଣ ଅଧିକାରୀ ସୁକାନ୍ତ ଚରଣ ଖୁଣ୍ଟିଆ, ଅସ୍ତରଙ୍ଗ ବ୍ଲକ ଉପାଧ୍ୟକ୍ଷ ଦୁର୍ଯୟ କୁମାର ମିଶ୍ର, କେନ୍ଦ୍ରାପଟୀ ସରପଞ୍ଚ ଲକ୍ଷ୍ମୀପ୍ରିୟା କାଣ୍ଡି, ସୋସାଇଟି ସମ୍ପାଦକ ରାମକୃଷ୍ଣ ମହାନ୍ତି, ଚାଷୀ ପ୍ରଭାତ କୁମାର ମହାନ୍ତି, ନିରଞ୍ଜନ ବିଶ୍ୱାଳ, ପ୍ରମୋଦ କିଶୋର ମୁଦୁଲିଙ୍କ ସମେତ ପ୍ରାୟ 20 ରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ଥିଲେ l ପ୍ରଥମ ଦିନରେ ୨୨ ଚାଷୀଙ୍କ ଠାରୁ 780 କୁଇଣ୍ଟାଲ ଧାନ କ୍ରୟ କରାଯାଇ ଯୋଗେଶ୍ୱରପୁର ସ୍ଥିତ ମହିମା ରାଇସ ମିଲକୁ ବିକ୍ରୟ କରାଯାଇଛି ବୋଲି ସମ୍ପାଦକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply