Home / ସଂସ୍କୃତି ଓ ପରମ୍ପରା / ସତ୍ୟବାଦୀରେ ଉତ୍କଳ ଗୌରବ ଶ୍ରାଦ୍ଧ ଦିବସ ପାଳିତ

ସତ୍ୟବାଦୀରେ ଉତ୍କଳ ଗୌରବ ଶ୍ରାଦ୍ଧ ଦିବସ ପାଳିତ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ଶ୍ରାଦ୍ଧ ଦିବସ ଉତ୍କଳ ସମ୍ମିଳନୀ ପୁରୀ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ପଞ୍ଚସଖାଙ୍କ ସମାଧି ପୀଠରେ ସଭାପତି ଶ୍ରୀଯୁକ୍ତ ଭୀମସେନ ମହାପାତ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି । ମଧୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ଜ୍ଵଳନ, ଧୂପ ଦାନ ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଥିଲା ।ବିଶିଷ୍ଟଲେଖକ ଶ୍ରୀଯୁକ୍ତ ଫକୀର ଚରଣ ପାଢୀଙ୍କ ଲିଖିତ “ତୁଷାର ମାନବ” ପୁସ୍ତକ ଲୋକାର୍ପିତ ଓ ସମୀକ୍ଷା ହୋଇଥିଲା।ବକ୍ତାମାନେ ମଧୁସୂଦନ ଦାସଙ୍କ ଜୀବନୀ ସଂପର୍କିତ ତଥ୍ଯ ପ୍ରଦାନ କରିଥିଲେ । ସୁରେନ୍ଦ୍ର ମହାପାତ୍ର,ବିଶାଖା ଦେବୀ,ପ୍ରକୃତିମିତ୍ର ହୃଷୀକେଶ ପାଢୀ, ଶିକ୍ଷକ ଅଭୟ ସାହୁ,କବି ରଶ୍ମିରଞ୍ଜନ ସାହୁ,କବି ବିଜୟ କୁମାର ପରିଡା,ଡକ୍ଟର ହେମନ୍ତ କୁମାର ଛୋଟରାୟ ,କବି ଅଶୋକ ପ୍ରଧାନ, କବି ବନମାଳି ବେହେରା,ତପନ କୁମାର ପ୍ରଧାନ ଓ ବାପୁନି ବେହେରା ଯୋଗଦେଇ ଥିଲେ । ଉପସଭାପତି ଅନାମ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply