Home / ମୁଖ୍ୟ ଖବର / ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଐତିହାସିକ ପଣା ଯାତ୍ରା ଅନୁଷ୍ଠିତ 

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଐତିହାସିକ ପଣା ଯାତ୍ରା ଅନୁଷ୍ଠିତ 

ପୁରୀ: ୧୪/୪/୨୬ – ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକ ତିତିପ ପଞ୍ଚାୟତ ଦେଉଳପଡ଼ା ଠାରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଠାରୁ ଐତିହାସିକ ପଣା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗତକାଲି ଠାରୁ ପଣା ଯାତ୍ରା ପଡିଆକୁ ଠାକୁରଙ୍କ ଆଗମନ ହୋଇଛି। ୩୫ ମୈାଜା ପଣା ଯାତ୍ରା ପରିଚାଳନା କମିଟି ଆନୁକୂଲ୍ୟରେ ୭୯ ତମ ପଣା ଯାତ୍ରା ଉତ୍ସବ ମହା ଆଡ଼ମ୍ବର ସହିତ ଆୟୋଜନ କରାଯାଇଛି। ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ବରିଷ୍ଠ ନେତା ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ପଣା ଯାତ୍ରା ପଡିଆକୁ ଗ୍ରସ୍ତ କରି କୃଷ୍ଣପ୍ରସାଦ ବ୍ଳକର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବାବା କମଳେଶ୍ୱର ଦେବଙ୍କୁ ଦର୍ଶନ କରି ଆଶିର୍ବାଦ ଲାଭ କରିଛନ୍ତି। ଶ୍ରୀ ଦାସବର୍ମା ବାବା କମଳେଶ୍ୱର ଦେବଙ୍କୁ ଦର୍ଶନ କରି କୃଷ୍ଣପ୍ରସାଦ ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ଦାସବର୍ମା କହିଛନ୍ତି ବିଶ୍ବାସ, ପରମ୍ପରା ଏବଂ ଆସ୍ଥାର ଏହି ଭବ୍ୟ ଉତ୍ସବକୁ ସୁନ୍ଦର ଭାବରେ ଆୟୋଜୋନ କରିଥିବା କୃଷ୍ଣପ୍ରସାଦ ବ୍ଳକ ୩୫ ମୈାଜା ପରିଚାଳନା କମିଟିର କର୍ମକର୍ତ୍ତା ଏବଂ ଅଞ୍ଚଳ ବାସୀଙ୍କୁ ସାଧୁବାଦ ଜଣାଇଛନ୍ତି। ଏହି ଗ୍ରସ୍ତ ସମୟରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଦ୍ୟାଧର ସ୍ୱାଇଁ, କୃଷ୍ଣ ପ୍ରସାଦ ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, କୃଷ୍ଣ ପ୍ରସାଦ ବ୍ଲକ ବିଜୁ ଜନତା ଦଳ ସଭାପତି ପଦ୍ମ ଚରଣ ଜେନା, ରାମଲେଙ୍କା ପଞ୍ଚାୟତ ସମିତି ସଭ୍ୟାଙ୍କ ପ୍ରତିନିଧି ଦିଲ୍ଲିପ କୁମାର ରଣସିଂହ, ସମାଜସେବୀ ଟୁକୁ ମାଝୀ, ଶ୍ୟାମ ମାହାପାତ୍ର ଏବଂ ୩୫ ମୈାଜା ସୁରେନ୍ଦ୍ର ନାଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply