Home / ମୁଖ୍ୟ ଖବର / ବିଭୂତି ଭୂଷଣ କର ସାମ୍ୱାଦିକ ଗୌରବ ସମ୍ମାନ ରେ ସମ୍ବର୍ଦ୍ଧିତ।

ବିଭୂତି ଭୂଷଣ କର ସାମ୍ୱାଦିକ ଗୌରବ ସମ୍ମାନ ରେ ସମ୍ବର୍ଦ୍ଧିତ।

କାକଟପୁର ରାଜ୍ୟର ସର୍ବ ପୁରାତନ,ସର୍ବବୃହତ ସାମ୍ୱାଦିକ ସଙ୍ଗଠନ ଉତ୍କଳ ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଙ୍କୁ ସାମ୍ୱାଦିକ ଗୌରବ ସମ୍ମାନ ରେ ସମ୍ମାନୀତ କରାଯାଇଛି। ଗତ ରବିବାର ଦିନ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ର ବ୍ରହ୍ମେଶ୍ୱର ମନ୍ଦିର ପରିସର ରେ ଚାରିଛକ ପ୍ରେସ କ୍ଲବ ର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଶ୍ରୀ କର ଯୋଗଦାନ କରିବା ଅବସର ରେ ପ୍ରେସ କ୍ଲବ ପକ୍ଷରୁ ତାଙ୍କୁ ସାମ୍ୱାଦିକ ଗୌରବ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବ ର ମୁଖ୍ୟ ଅତିଥି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶ୍ରୀ କର ଙ୍କୁ ଉପଢ଼ୌକନ, ଉତ୍ତରୀୟ ଦେଇ ଏହି ସମ୍ମାନ ରେ ସମ୍ମାନୀତ କରିଥିଲେ। ଶ୍ରୀକର ଦୀର୍ଘବର୍ଷ ହେବ ରାଜ୍ୟସଂଘ ର ସଭାପତି ହୋଇ କାର୍ଯ୍ୟ କରି ଆସୁଥିବାବେଳେ ସାରା ରାଜ୍ୟ ରେ ଥିବା ବ୍ଲକ ଓ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସଂଗଠନ ଗୁଡ଼ିକୁ କ୍ରିୟାଶୀଳ ଓ ମଜଭୁତ କରି ତୋଳି ଛନ୍ତି। ସାମ୍ୱାଦିକ ମାନଙ୍କ ମୌଳିକ ଅଧିକାର କୁ ପାଇବା ପାଇଁ ସେ ସବୁ ବେଳେ ବିଭିନ୍ନ ସମୟ ରେ ଆନ୍ଦୋଳନ କରି ସରକାର ଙ୍କ ଉପରେ ଚାପ ପ୍ରୟୋଗ କରି ଆସୁଛନ୍ତି। ସରକାର ତୁରନ୍ତ ସାମ୍ୱାଦିକ ମାନଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବିକରି ରାଜ୍ୟ ସଂଘ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ଅବସର ରେ ଏକ ବିରାଟ ରାଲି ଭୁବନେଶ୍ୱର ଠାରେ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply