Home / ମୁଖ୍ୟ ଖବର / ସହିଦ ଯବାନଙ୍କ ସ୍ମୃତିରେ କାକଟପୁରରେ ୨୦୦ ଫୁଟ ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା

ସହିଦ ଯବାନଙ୍କ ସ୍ମୃତିରେ କାକଟପୁରରେ ୨୦୦ ଫୁଟ ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା

୨୦୧୯ ମସିହା ଫେବୃଆରୀ ୧୪ ତାରିଖ ଦେଶକୁ ଦୋହଲାଇ ଦେଇଥିଲା । ରାସ୍ତାରେ ପଡିଥିଲା ଯବାନଙ୍କ ଖଣ୍ଡ ବିଖଣ୍ଡିତ ରକ୍ତାକ୍ତ ଶରୀର I ଆଜି ବି ଶିହରି ଉଠେ ଦେହ, ଓ ଛାତି ଥରା ଦୃଶ୍ୟ । ଶହୀଦଙ୍କ ପାଇଁ ଆଜି ବି ଲୁହ ଗଡାଉଛନ୍ତି ପରିବାର ଓ ଦେଶବାସୀ । ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମାଟି, ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛନ୍ତି ପରିବାର ଓ କର୍ମ କ୍ଷେତ୍ରର ସାଙ୍ଗ ସାଥି ।

ଆଜିର ଦିନଟି ସବୁଦିନ ପାଇଁ ଭାରତୀୟଙ୍କ ମନରେ ଏକ ଅଭୁଲା ସ୍ମୃତି ହୋଇ ରହିବ। ଆଉ ସମସ୍ତଙ୍କ ମନରେ ପ୍ରତିଶୋଧର ନିଆଁ ଜଳୁଥିବା କାରଣ ଆଜିର ଦିନରେ ନିଜର ବୀର ପୁତ୍ରଙ୍କୁ ହରାଇଥିଲା ଥିଲା ଦେଶ। ସେଥିପାଇଁ ଆଜିର ଦିନକୁ ସମଗ୍ର ଭାରତ କଳାଦିବସ ରୂପେ ପାଳନ କରୁଛି । ଏହି କଳାଦିବସ ଉଦ୍ଧେଶ୍ୟରେ ପୁରୀ ଜିଲ୍ଲା କାକଟପୁରରେ ଗ୍ରାମୀଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୦୦ଫୁଟ ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ ହୋଇଥିଲା ବ୍ଲକ ଛକ ଠାରୁ ଆରମ୍ଭ ହୋଇ ସ୍ୱମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା,ଶୋଭାଯାତ୍ରା ରେ ସାମିଲ ହୋଇଥିଲେ ସହ ସହ ଯୁବକ ଏବଂ ସ୍ୱତ ପବୃତ୍ତ ଭାବେ ମଧ୍ୟ ସାଧାରଣ ଜନତା ସ୍ଲୋଗାନ ଦ୍ୱାରା ଏକ ପ୍ରକାର ଦେଶ ପ୍ରେମ ଭାବ ରଖି ସାମିଲ ହେବା ସହିତ ଭାରତ ମାତା କି ଜୟ ର ସ୍ଲୋଗାନ ରେ ସାରା ଅଞ୍ଚଳ ଏକ ଦେଶ ପ୍ରେମୀ ର ଏକାଗ୍ରତା ସୃଷ୍ଟି କରିଥିଲା । ଏହି ଶୋଭାଯାତ୍ରାରେ ମଙ୍ଗଳା ମହାବିଦ୍ୟାଳୟର NCC ଛାତ୍ର ଛାତ୍ରୀ, ଯାହାନ ପବ୍ଲିକ ସ୍କୁଲ ଓ ବ୍ରିଲିଆଣ୍ଟ ଏକାଡେମୀର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେବା ସହ କାକଟପୁର ଅସ୍ତରଙ୍ଗ ନୟାହାଟ ଗୋପ କୋଣାର୍କର ସତାଧିକ ଯୁବପିଢି ଶୋଭାଯାତ୍ରାରେ ସାମିଲ ହୋଇ ସହିଦ ଜବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply