Home / ସଂସ୍କୃତି ଓ ପରମ୍ପରା / ୨୩ ଫେବୃୟାରୀ ରେ ଐତିହ୍ୟ ପ୍ରକଳ୍ପ ଲୋକାର୍ପଣ

୨୩ ଫେବୃୟାରୀ ରେ ଐତିହ୍ୟ ପ୍ରକଳ୍ପ ଲୋକାର୍ପଣ

ସଜେଇ ହେଉଛି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ । ପୀଠର ପୁନର୍ବିକଶିତ ହେବା ସହ ଲୋକାର୍ପଣ କରାଯିବ ଆଗାମୀ ୨୩ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକଙ୍କ ଦ୍ଵାରା।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚଳଚଂଚଳ ହୋଇପଡ଼ିଛି ସୁଆଣ୍ଡୋ । ଏହି ଅବସରରେ ଆଜି ସୁଆଣ୍ଡୋ ଠାରେ ଅନୁଷ୍ଟିତ ହୋଇଯାଇଛି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଉପଜିଲ୍ଲାପାଳ, ପ୍ରକଳ୍ପ ନିର୍ଦେଶକ, ସଂସ୍କୃତି ଅଧିକାରୀ, ଓବିଶିଶି ଇଂଜିନିୟର, ପୋଲିସ୍ ଅଧିକାରୀ, ସତ୍ୟବାଦୀ ବିଡ଼ିଓ ଓ ତହସିଲଦାରଙ୍କ ସହିତ ଜିଲ୍ଳାର ଅନ୍ୟ ପ୍ରାସାସନିକ ଅଧିକାରୀ ମାନେ ସୁଆଣ୍ଡୋରେ ପହଂଚି ଆଗମୀ ୨୩ ତାରିଖ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ସହିତ ପୁନଃ ବିକାଶ କାର୍ଯ୍ୟ ତଦାରଖ କରିଛନ୍ତି । ହେଲିପ୍ୟାଡ ଅବତରଣ ସ୍ଥାନ, ସଭାସ୍ଥଳ,ଗୋପବନ୍ଧୁଙ୍କ ଷଠୀ ଘରୁ ନେଇ ଢିଙ୍କିଶାଳ, ସଂଗ୍ରହାଳୟରୁ ନେଇ ପୁଷ୍କରିଣୀର ପୁନରୁଦ୍ଧାର କାମ ବୁଲିଦେଖିଥିଲେ। ସେହିଭଳି ଉକ୍ରଳମଣିଙ୍କ ଗାଁରେ ଥିବା ଲୋକେଶ୍ୱର ଶିବ ମନ୍ଦିର ପୁନଃ ନିମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି । ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରେ ୨୮.୮ କୋଟି ଟଙ୍କା ଅନୁଦାନରେ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପ୍ରକଳ୍ପ ଅଧିନରେ ରାଜ୍ୟରେ ଉତ୍କଳମଣିଙ୍କର ସର୍ବୋଚ୍ଚ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ପୂର୍ଣ୍ଣାଙ୍ଗ ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି , ଏହାର ଓଜନ ୨ ଟନ୍ ବୋଲି ଜଣାପଡିଛି। ଓଡ଼ିଶା ସେତୁ ନିର୍ମାଣ ନିଗମ ତରଫରୁ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ll
ନିକଟରେ ୫-ଟି ସଚିବ ଭିକେ ପାଣ୍ଡିିଆନ ପହଂଚି ଗୋପବନ୍ଧୁଙ୍କ ଜନ୍ମ ପୀଠ ପରିଦର୍ଶନ କରିବା ସହ ପୁନଃ ବିକାଶ କାର୍ଯ୍ୟ ତଦାରଖ କରି ଫେରିଛନ୍ତି । ଏହାପରେ ଗୋପବନ୍ଧୁଙ୍କ ଜନ୍ମସ୍ଥାନର ଚିତ୍ର ବଦଳିବ । ଯାହାକୁ ସମସ୍ତଙ୍କ ରହିଛି ଅପେକ୍ଷା ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply