Home / ଶିକ୍ଷା / ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ

img 20250727 wa0003

ତା : ୨୫/୦୭/୨୦୨୫ରିଖ ନୟାଗଡ଼ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ। ଭୁବନେଶ୍ୱରଠାରେ ଓଡିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ଵନକ୍ଷତ୍ର ଦିବସ ଉତ୍ସବରେ ନୟାଗଡ଼ କଲେଜଲେନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଆଲିସା ପ୍ରିୟଦର୍ଶିନୀ ସାହୁ ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

1001292402

ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ତାର ୬୮ତମ ସ୍ଵନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ବିଦ୍ୟାଳୟସ୍ତରରୁ ଆରମ୍ଭ କରି କ୍ଲଷ୍ଟର, ମଣ୍ଡଳ ଓ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାଗୁଡିକରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ନେଇ ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟଠାରେ ଗତ ଜୁଲାଇ ୧୧ତାରିଖରେ କନିଷ୍ଠ ବର୍ଗ ଓ ୨୦ ତାରିଖରେ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପରିପ୍ରେକ୍ଷିରେ ନୟାଗଡ଼ ଜିଲ୍ଲାସ୍ତରୀୟ କନିଷ୍ଠ ବର୍ଗ କବିତା ଆବୃତ୍ତି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଲେଜଲେନ, ନୟାଗଡ଼ର ସପ୍ତମ ଶ୍ରେଣୀ ଛାତ୍ରୀ ଆଲିସା ପ୍ରିୟଦର୍ଶିନୀ ସାହୁ ଉକ୍ତ ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ଓ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି। ଏଥିପାଇଁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମାନ୍ୟବର ସଂସ୍କୃତି, କ୍ରୀଡା ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ପ୍ରଖ୍ୟାତ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ଅନ୍ୟାନ୍ୟ ମାନ୍ୟ ଗଣ୍ୟ ଅତିଥିମାନଙ୍କ କରକମଳରେ ଆଲିସା ସମ୍ବର୍ଦ୍ଧିତ ହୋଇଛନ୍ତି।ଆଜିକାଲି ଶିକ୍ଷିତ ସମାଜ ସରକାରୀ ବିଦ୍ୟାଳୟ ପ୍ରତି ମୁହଁ ଫେରାଉଥିବାବେଳେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରୀ ହିସାବରେ ଆଲିସାଙ୍କର ଏହି କୃତିତ୍ୱରେ ସାରା ବିଦ୍ୟାଳୟ ତଥା ଜିଲ୍ଲାରେ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି ଏବଂ ବିଭିନ୍ନ ମହଲରୁ ଆଲିସା ଓ ତାଙ୍କ ପରିବାର ପ୍ରତି ଅଭିନନ୍ଦନର ସୁଅ ଛୁଟିଥିବାବେଳେ ଆଲିସାଙ୍କ ପିତାମାତା ଏଥିପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ନେହାଞ୍ଜଳି ସିଂହଦେଓ, ଗାଇଡ଼ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ ଓ ଶ୍ରୀ ଦେବରାଜ ମହାପାତ୍ର ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଆନନ୍ଦ ପ୍ରକାଶ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply