Home / ମୁଖ୍ୟ ଖବର / ସିଇଓ ଚେୟାରରେ ପୋଷା କୁକୁରକୁ ବସାଇଲେ ଟ୍ୱିଟର ମୁଖ୍ୟ

ସିଇଓ ଚେୟାରରେ ପୋଷା କୁକୁରକୁ ବସାଇଲେ ଟ୍ୱିଟର ମୁଖ୍ୟ

whatsapp image 2023 02 16 at 10.46.20

ସିଇଓ ଚେୟାରରେ ପୋଷା କୁକୁରକୁ ବସାଇଲେ ଟ୍ୱିଟର ମୁଖ୍ୟ, ଅନ୍ୟମାନଙ୍କ ତୁଳନାରେ ନିଜକୁ କହିଲେ ବେଷ୍ଟ.

ମୁମ୍ୱାଇ ୧୫/୦୨: ଟ୍ୱିଟର କିଣିବା ପରେ ଏଲୋନ୍ ମସ୍କ କ୍ରମାଗତ ଭାବରେ ପରିବର୍ତ୍ତନ କରିବାରେ ଲାଗିପଡିଛନ୍ତି । ସେ ପୂର୍ବରୁ କହିଥିଲେ ସେ ନୂଆ ସିଇଓ ସନ୍ଧାନରେ ଅଛନ୍ତି । ଅର୍ଥାତ୍ ସେ ସିଏଓ ପଦ ଛାଡିବାକୁ ଚାହୁଁଛନ୍ତି ।

ହେଲେ ଏବେ ଟ୍ୱିଟର ନୂଆ ସିଇଓଙ୍କ ନାଁ ଘୋଷଣା କରିଛନ୍ତି । ତେବେ ତାଙ୍କ ସିଏଓ ଜଣେ ମଣିଷ ନୁହଁନ୍ତି ବରଂ ଗୋଟିଏ ପୋଷା କୁକୁର। ସେ ଟୁଇଟ୍ କରି ଏନେଇ ନିଜ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ତେବେ ସିଏ କିଏ ଜାଣିଛନ୍ତି କି? ଜାଣିବା ପରେ ଆପଣଙ୍କୁ ହୁଅତ ଲାଗିପାରେ ଝଟକା । ସେ ହେଉଛନ୍ତି ମସ୍କଙ୍କ ପୋଷା କୁକୁର ଫ୍ଲୋକି ।

ମସ୍କ ଟ୍ୱିଟର ସେକେଣ୍ଡ ଫଟୋରେ ଲେଖିଛନ୍ତି ଯେ ସଂଖ୍ୟା ସହିତ ଏହା ବହୁତ ଭଲ । ତୃତୀୟ ଫଟୋରେ ମସ୍କ ତାଙ୍କ କୁକୁରର ଷ୍ଟାଇଲା ଫଟୋ ଲଗାଇ ତାଙ୍କୁ ପ୍ରଶଂସା କରିଛନ୍ତି । ଏହି ଟୁଇଟ୍ ପୋଷ୍ଟ ହେବା ବେଳକୁ ପ୍ରାୟ ୧ ଲକ୍ଷ ଲାଇକ୍ କରିସାରିଲେଣି । ଲୋକେ ବି ଏହା ଉପରେ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।

ସୂଚନା ଥାଉକି, ମସ୍କ ୪୪ ବିଲିୟନ ଡଲାରରେ ଟ୍ୱିଟର ଚୁକ୍ତି କରିବା ପରେ ପରାଗ ଅଗ୍ରୱାଲଙ୍କୁ କମ୍ପାନୀରୁ ବାହାରକୁ ଯିବାକୁ ରାସ୍ତା ଦେଖାଇଥିଲେ । କେବଳ ସିଇଓ ନୁହେଁ, ଟ୍ୱିଟରର ଆଇନଗତ ମୁଖ୍ୟ ବିଜୟ ଗାଡେ ଏବଂ ସିଏଫଓ ନେଲ ସେଗାଲଙ୍କୁ ମଧ୍ୟ କମ୍ପାନୀରୁ ବାହାର କରିଥିଲେ 

SPREAD YOUR LOVE WITH YOUR FRIENDS AND FAMILY

Leave a Reply