Home / ମୁଖ୍ୟ ଖବର / ‘ଡବ୍ଲୁପିଏଲ୍‌ ୨୦୨୩’: ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ମହିଳା ଟିମ୍‌ର ‘ମେଣ୍ଟର୍‌’ ଭାବେ ଯୋଗ ଦେଲେ ସାନିଆ ମିର୍ଜା

‘ଡବ୍ଲୁପିଏଲ୍‌ ୨୦୨୩’: ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ମହିଳା ଟିମ୍‌ର ‘ମେଣ୍ଟର୍‌’ ଭାବେ ଯୋଗ ଦେଲେ ସାନିଆ ମିର୍ଜା

saniairza

ନୂଆଦିଲ୍ଲୀ: ‘ୱିମିନ୍‌ସ୍‌ ପ୍ରିମିୟର୍‌ ଲିଗ୍‌ (ଡବ୍ଲୁପିଏଲ୍‌) ୨୦୨୩ ପାଇଁ ‘ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌’ (ଆର୍‌ସିବି) ସ୍ବନାମଧନ୍ୟା ଟେନିସ୍‌ ଖେଳାଳି ସାନିଆ ମିର୍ଜାଙ୍କୁ ଦଳର ‘ମେଣ୍ଟର୍‌’ ଭାବେ ନିଯୁକ୍ତ କରିଛି।

ଉଲ୍ଲେଖଯୋଗ୍ୟ, ୬ଟି ‘ଗ୍ରାଣ୍ଡ୍‌ ସ୍ଲାମ୍‌’ ଖେଳିଥିବା ମିର୍ଜା ତାଙ୍କର ଶେଷ ଗୁରୁତ୍ବପୂର୍ଣ୍ଣ ଖେଳ ‘୨୦୨୩ ଅଷ୍ଟ୍ରେଲିଆ ଓପେନ୍‌’ରେ ଭଲ ଖେଳି ପାରି ନ ଥିଲେ। ସେ ଓ ଅନ୍ୟତମ ଭାରତୀୟ ଖେଳାଳି ରୋହନ୍‌ ବୋପାନ୍ନା ଏହି ମିକ୍ସଡ୍‌ ଡବଲ୍‌ ମ୍ୟାଚ୍‌ରେ ରନର୍ସ-ଅପ୍‌ ହୋଇଥିଲେ।

ନୂଆ ଭୂମିକା ସଂକ୍ରାନ୍ତରେ ‘ଆର୍‌ସିବି’ ମହିଳା ଟିମ୍‌ର ‘ମେଣ୍ଟର୍‌’ ମିର୍ଜା କହିଛନ୍ତି, ‘ମେଣ୍ଟର୍‌’ ଭାବେ ‘ଆର୍‌ସିବି’ ମହିଳା ଟିମ୍‌ରେ ଯୋଗ ଦେବା ଆନନ୍ଦର ବିଷୟ। ‘ୱିମିନ୍‌ସ୍‌ ପ୍ରିମିୟର୍‌ ଲିଗ୍‌’ ଖେଳ ଯୋଗୁଁ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ଉଲ୍ଲେଖନୀୟ ଉତ୍ଥାନ ଘଟିଛି। ଏହି ଉନ୍ନତିର ଅଂଶବିଶେଷ ହେବା ପାଇଁ ମୁଁ ଆଗ୍ରହ ସହକାରେ ପ୍ରତୀକ୍ଷା କରିଛି।

ଗତ କିଛି ବର୍ଷ ହେବ ‘ଆର୍‌ସିବି’ ଏକ ଲୋକପ୍ରିୟ ଟିମ୍‌ ହେବା ସହିତ ‘ଆଇପିଏଲ୍‌’ରେ ସବୁଠୁ ଅଧିକ ଅନୁସରଣ କରାଯାଇଥିବା ଟିମ୍‌ରେ ପରିଗଣିତ ହୋଇଛି। ସେମାନେ ‘ୱିମିନ୍‌ସ୍ ପ୍ରିମିୟର୍‌ ଲିଗ୍‌’ ପାଇଁ ଟିମ୍‌ ଗଠନ କରିଥିବାରୁ ମୁଁ ଖୁବ୍‌ ଆନନ୍ଦିତ। ଏହା ଦେଶରେ ମହିଳା କ୍ରୀଡ଼ାର ବିକାଶ ସାଧନ କରିବା ସହିତ ମହିଳା କ୍ରିକେଟ୍‌ ଖେଳାଳିମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply