Home / ମୁଖ୍ୟ ଖବର / ଜାତୀୟ ଉପ କନିଷ୍ଟ ମୁଷ୍ଟିଯୁଦ୍ଧ – ପୁରୀରୁ ୪ ମୁଷ୍ଟିଯୋଦ୍ଧା ସ୍ଥାନିତ

ଜାତୀୟ ଉପ କନିଷ୍ଟ ମୁଷ୍ଟିଯୁଦ୍ଧ – ପୁରୀରୁ ୪ ମୁଷ୍ଟିଯୋଦ୍ଧା ସ୍ଥାନିତ

whatsapp image 2025 08 05 at 19.22.04 7f713943

(ପୁରୀ)  :୫/୮/୨୦୨୫- ତୃପ୍ତିମୟୀ ଜେନା – ଚତୁର୍ଥ ଉପ-କନିଷ୍ଟ ବାଳକ ଓ ବାଳିକା ଜାତୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ୨୦୨୫ ରେ ଭାଗ ନେବା ପାଇଁ ରାଜ୍ୟ ଦଳରେ ପୁରୀ ଜିଲ୍ଲାର ୪ ଜଣ ମୁଷ୍ଟିଯୋଦ୍ଧା ସ୍ଥାନିତ ହୋଇଛନ୍ତି। ଆସନ୍ତା ୭ ରୁ ୧୩ ଅଗଷ୍ଟ ତାରିଖ ପ୍ରଯନ୍ତ ଉତ୍ତର ପ୍ରଦେଶର ଗ୍ରେଟର ନୋଇଡା ସ୍ଥିତ ଗାଲଗୋଟିଆସ୍ ବିଶ୍ୱବିଦ୍ୟାଳୟ ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପୁରୀରୁ ସାମିଲ ହୋଇଥିବା ଖେଳାଳି ମାନେ ହେଲେ (ବାଳକ ବର୍ଗ)  ସଂଗ୍ରାମ ପ୍ରଧାନ ( ପୋଲିସ ଉଚ୍ଚ ବିଦ୍ୟାଳୟ )(ବାଳିକା ବର୍ଗ) ଯାଜ୍ଞଶେନୀ ଭୋଇ ( ଇତି ଭୁଆଁ ଜି ପି ଉଚ୍ଚ ବିଦ୍ୟାଳୟ) ଦିବ୍ୟା ସାହୁ ( ପୁରୀ ଜିଲ୍ଲା ସ୍କୁଲ ) ଡ଼ି . କନ୍ୟାକୁମାରୀ ରେଡି ( ପୁରୀ ଜିଲ୍ଲା ସ୍କୁଲ)ସମସ୍ତ ଖେଳାଳି ପୁରୀ ବକ୍ସିଂ ଏକାଡେମୀର ଛାତ୍ରଛାତ୍ରୀ ଅଟନ୍ତି। ଗତ ଜୁଲାଇ ୨୬ ଓ ୨୭ ତାରିଖ ରେ ରାଉଲକେଲା ଠାରେ ରାଜ୍ୟ ଦଳ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ସେଥିରେ ଉକ୍ତ ଖେଳାଳି ମାନେ ଉଚ୍ଚତର ଖେଳ କୌଶଳ ପଦର୍ଶନ କରି ରାଜ୍ୟ ଦଳରେ ସ୍ଥାନିତ ହୋଇଛନ୍ତି। ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ରାଜ୍ୟ ଅଲମ୍ପିକ ସଙ୍ଘ କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ,ରାମ ଦାସ ମହାପାତ୍ର,ଅନୀଲ ଗୋଚ୍ଛିକାର, ବିନୋଦ ସିଂ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, କ୍ରୀଡା ଶିକ୍ଷକ ରଞ୍ଜନ ରେଡ଼ି,ଅଶ୍ୱିନ ରାଜ କେରକେଟ୍ଟା, ତ୍ରିଲୋଚନ ପ୍ରଧାନ ଓ ପୁରୀ ବକ୍ସିଂ ଏକାଡେମୀର ପ୍ରତିଷ୍ଠାତା ସୁଦର୍ଶନ ସାହୁ ପ୍ରମୁଖ ଖେଳାଳିଙ୍କ ସଫଳତା କାମନା କରି ଶୁଭେଚ୍ଛା ଜଣାଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply