Home / ରାଜନୀତି / ‘ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେଉଛି କ୍ରାଇମବ୍ରାଞ୍ଚ’; ନବ ଦାସଙ୍କ ହତ୍ୟାକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରଦୀପ ପୁରୋହିତ

‘ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେଉଛି କ୍ରାଇମବ୍ରାଞ୍ଚ’; ନବ ଦାସଙ୍କ ହତ୍ୟାକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରଦୀପ ପୁରୋହିତ

image 1675864107

ପୁଣି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଦୀପ ପୁରୋହିତ।ସେ କହିଛନ୍ତି ଯେ, ନବ ଦାସଙ୍କ ହତ୍ୟା ପଛରେ ବଡ଼ ରହସ୍ୟ ରହିଛି। ନବ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିଲେ ବୋଲି ଚର୍ଚ୍ଚା ହେଉଛି। ମୁଁ ଆଗରୁ ବି କହିଛି ନବୀନ ଙ୍କ ଆଵର୍ତମାନ ରେ ଯେଉଁମାନେ କ୍ଷମତା ରେ ରହିବାକୁ ଚାହୁଁଛନ୍ତି ସେମାନେ ଏହି ହତ୍ୟା କରିଛନ୍ତି ।

ମୁଁ ହତ୍ୟା ବେଳର ଭିଡିଓ ଦେଖିଛି, ଏଏସଆଇ ମାରିବା ଭଳି ଲାଗୁନି। କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାରେ ଭରସା ପାଉନି, ବିଜେଡି ଗୁଣ୍ଡାରାଜ ଚଳାଇଛି। ଯିଏ ସତ କହିବାକୁ ଚାହୁଁଛନ୍ତି, ତାଙ୍କ ସ୍ବର ଦବେଇ ଦିଆଯାଉଛି। ତେବେ ଏହି ହତ୍ୟା ପଛରେ ବଡ଼ ରହସ୍ୟ ରହିଛି। ହତ୍ୟା ପଛର ଷଡ଼ଯନ୍ତ୍ରକାରୀଙ୍କୁ କ୍ରାଇମବ୍ରାଞ୍ଚ ସୁରକ୍ଷା ଦେଉଛି ବୋଲି ସେ କହିଛନ୍ତି। ଏହାସହିତ ଗୋପାଳକୁ ପିନ୍ଧା ଯାଇଥିବା ଟି-ସାର୍ଟ ନେଇ ବି ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ ପୁରୋହିତ। କାହିଁକି ଗୋପାଳକୁ କ୍ରାଇମବ୍ରାଞ୍ଚ ଏଭଳି ଟି-ସାର୍ଟ ପିନ୍ଧାଇଲା ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।

ତେବେ ପୂର୍ବରୁ ମଧ୍ୟ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ବିସ୍ଫୋରକ ବୟାନ ଦେଇଥିଲେ ପ୍ରଦୀପ ପୁରୋହିତ। ସେ କହିଥିଲେ ଯେ, ‘ଶୁଣାଯାଉଛି ମୁଖ୍ୟମନ୍ତ୍ରୀ ହେବା ଆଶାରେ ନବ ଦାସ୍ ଶନିଙ୍କ ପାଖକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ହେବା ଆଶା ନବଙ୍କ ପାଇଁ କାଳ ହେଲା। ନବୀନଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ହେବ, ସେହି ବିବାଦ ହିଁ ହତ୍ୟାର କାରଣ। ସେ ତ କ୍ୟାବିନେଟ ମନ୍ତ୍ରୀ ଥିଲେ, ପୁଣି ଶନିଙ୍କ ପାଖକୁ କାହିଁକି ଯାଇଥିଲେ। ଯିଏ ବିଜେଡିର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖୁଛି, ସେ ହିଁ ହତ୍ୟାକାରୀ। ଏହା ରାଜନୈତିକ ହତ୍ୟା, ସରକାର ଜାଣିଶୁଣି ହତ୍ୟାକାରୀକୁ ସୁରକ୍ଷା ଦେଉଛନ୍ତି।’ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ବିଜେପି ସିବିଆଇ ତଦନ୍ତ ଦାବି କରୁଛି ବୋଲି କହିଥିଲେ ପ୍ରଦୀପ ପୁରୋହିତ।

ଉଲ୍ଲେଖଯୋଗ୍ୟ ଯେ, ଗତ ଜାନୁୟାରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦିବାଲୋକରେ ଗୁଳି କରିଥିଲେ ପୁଲିସ ଏଏସଆଇ ଗୋପାଳ ଦାସ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ମାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିବାବେଳେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି। ତେବେ ନବ ଦାସଙ୍କୁ ଗୋପାଳ ହତ୍ୟା କରିଥିବା ନିଜେ ସ୍ବୀକାର କରୁଥିବାବେଳେ ହତ୍ୟାର କାରଣ ଏଯାଏଁ ଜଣାପଡିନାହିଁ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply