Home / ମୁଖ୍ୟ ଖବର / ଇତିହାସ ରଚିଲା ଟିମ୍‌ ଇଣ୍ଡିଆ, ସବୁ ଫର୍ମାଟରେ ହେଲା ନମ୍ବର-୧

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ, ସବୁ ଫର୍ମାଟରେ ହେଲା ନମ୍ବର-୧

ଦୁବାଇ ୧୫।୦୨ : ଇତିହାସ ରଚିଲା ଟିମ୍ ଇଣ୍ଡିଆ । କ୍ରିକେଟ୍‌ର ତିନୋଟି ଯାକ ଫର୍ମାଟରେ ଟିମ୍‌ ଇଣ୍ଡିଆର ରାଜୁତ । ସବୁ ଫର୍ମାଟରେ ନମ୍ବର-୧ ହେଲା ଭାରତୀୟ କ୍ରିକେଟ୍‌ ଟିମ୍‌ । ବୁଧବାର ଦିନ ଆଇସିସି ପକ୍ଷରୁ ରାଙ୍କିଂ ତାଲିକା ପ୍ରକାଶ କରାଯାଇଛି । ନାଗପୁର ଟେଷ୍ଟ ଶେଷ ହେବା ପରେ ପ୍ରକାଶ ପାଇଛି ତାଲିକା । ଟେଷ୍ଟ ରାଙ୍କିଂରେ ୧୧୫ ପଏଣ୍ଟ ପାଇ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି । ସେହିପରି ଟି-୨୦ ଏବଂ ଦିନିକିଆ ଫର୍ମାଟରେ ବି ନମ୍ବର ୧ରେ ରହିଛି ଟିମ୍‌ ଇଣ୍ଡିଆ। ଦିନିକିଆରେ ୧୧୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୧୧୧ ପଏଣ୍ଟରେ ୨ୟ ସ୍ଥାନରେ ରହିଛି । ଟି-୨୦ ଫର୍ମାଟରେ ଟିମ୍‌ ଇଣ୍ଡିଆ ୨୬୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୨୬୬ ପଏଣ୍ଟ ରଖି ୨ୟ ସ୍ଥାନରେ ରହିଛି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply