Home / ରାଜନୀତି / କେନ୍ଦ୍ର ବିରୋଧରେ  ବିଜେଡିର ବ୍ଲକ ସମ୍ମୁଖରେ ପ୍ରତିବାଦ

କେନ୍ଦ୍ର ବିରୋଧରେ  ବିଜେଡିର ବ୍ଲକ ସମ୍ମୁଖରେ ପ୍ରତିବାଦ

କାକଟପୁର  ୧୬/୦୨/  କାକଟପୁର  ବ୍ଲକ ଆଗରେ   ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ଚାଉଳ ବନ୍ଦକୁ ନେଇ  ବିରୋଧ କରି, ବ୍ଲକ ବିଜୁଜନତା ଦଳ ତରଫରୁ କାକଟପୁର  ବ୍ଲକ ସମ୍ମୁଖରେ ଦୃଢ ପ୍ରତିବାଦ କରିଥିଲା । ଏହି ପ୍ରତିବାଦ ସଭାରେ ହଜାର ହଜାର ବିଜୁ ଜନତା ଦଳର ମହିଳା ଓ ପୁରୁଷ କର୍ମୀ ମାନେ ହାତରେ ପ୍ଲା କାର୍ଡ ଧରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ  ପଦ୍ମଚରଣ ସାମନ୍ତ ସିଂହାର ଟ୍ରଷ୍ଟ  ଠାରୁ ବାହାରି   ବଜାର ପରିକ୍ରମା କରି ବ୍ଲକ  ନିକଟରେ ପହଞ୍ଚିଥିଲେ।  ବ୍ଲକ ବିଜୁ ଜନତା ଦଳ ବ୍ଲକ ସଭାପତି ପ୍ରାଣନାଥ ମଲ୍ଲିକ  ସଭାପତିତ୍ବରେ  ଏକ ପ୍ରତିବାଦ ସଭା ଆୟୋଜନ କରା ଯାଇଥିଲା । ଏହି ସଭାରେ 7ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ଦୀକ୍ଷିତ, ମନ୍ତ୍ରୀଙ୍କପ୍ରତିନିଧି କବିରାବିଶ୍ୱାଳ, କାକଟପୁର  ସରପଞ୍ଚ ଅଭୟ ସେଠୀ, ଯୁବ ନେତା ବିଶ୍ୱଜିତ ଦାଶ, ହିମାଂଶୁ ଭୂଷଣ ଦୀକ୍ଷିତ, ଦୀପକ ଶତପଥି, ରଞ୍ଜନ ନାୟକ, କାକଟପୁର ନିର୍ବାଚନ ମଣ୍ଡଳୀ ଛାତ୍ର ଛାତ୍ର ସଭାପତି ରାକେଶ ବେହେରା,ରୁଦ୍ରନାରାୟଣ ମଲ୍ଲିକ, ମିତୁରଂଜନ ଦୀକ୍ଷିତ, କିଶୋର ପଣ୍ଡା, ମହିଳା ସଭାନେତ୍ରୀ ତୁଳସୀ ମହାନ୍ତି, କାକଟପୁର ମା ତାରାଦେଇ ମହିଳା ମଞ୍ଚ ର ସମ୍ପାଦିକା ପ୍ରତିମାଞ୍ଜଳି ସ୍ୱାଇଁ, ଦୀପ୍ତିମୟୀ ବରାଳ, ବାଙ୍ଗୁରୀଗାଁ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଙ୍କ ପ୍ରତିନିଧି ବାପି ପ୍ରଧାନ, ସମିଷ୍ଟା ପାଣି, ରଶ୍ମିତା ବେହେରା, ସୀମା ସାହୁ,  ଆଦି ଯୋଗଦେଇ ,କୋଭିଡ ବେଳେ,ଦିଆଯାଇଥିବା ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ଅଧିକ ମାଗଣା ପାଞ୍ଚ କେଜି ଚାଉଳ,କେନ୍ଦ୍ର ସରକାର ବର୍ତ୍ତମାନ ବନ୍ଦ କରିଦେଇ ଥିବାରୁ,ତାହାର କଡା ସମାଲୋଚନା କରିବା ସହ, ଶୀଘ୍ର ଏହି ପାଞ୍ଚ କେଜି ଚାଉଳ ହିତାଧିକାରୀ ମାନଙ୍କୁ ଦେବା ପାଇଁ ବ୍ଲକ ଗୋଷ୍ଠୀ ଉର୍ଣ୍ଣୟନ  ଅଧିକାରୀ ଡ଼ଃ ତୁଷାରଜ୍ୟୋତି  ରଞ୍ଜନ ଙ୍କ  ଜରିଆରେ,ଚାରିପୃଷ୍ଠାର ଏକ ଦାବିପତ୍ର  ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରା ଯାଇଥିଲା । ଏହି ପ୍ରତିବାଦ ସଭାରେ ଦଳୀୟ ସମର୍ଥୀତ (16 ) ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ,ଛାତ୍ର ନେତା, କର୍ମକର୍ତ୍ତା,ଓ  ବିଜୁ ଜନତା ମହିଳା ଗୋଷ୍ଠୀର କର୍ମ କର୍ତ୍ତା ମାନେ ସାମିଲ ହୋଇଥିଲେ। (2 )ହଜାରରୁ ଉର୍ଦ୍ଧ୍ବ କର୍ମୀମାନେ ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply