Home / ସଂସ୍କୃତି ଓ ପରମ୍ପରା / ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୦୨ତମ ସାକ୍ଷୀଗୋପାଳ ଆଗମନୀ ସ୍ମୃତି ମହୋତ୍ସବ ପାଳିତ

ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୦୨ତମ ସାକ୍ଷୀଗୋପାଳ ଆଗମନୀ ସ୍ମୃତି ମହୋତ୍ସବ ପାଳିତ

sakhigopalsatsang

ତା୨୫/୧/୨୦୨୪। (ସାକ୍ଷୀଗୋପାଳ) – ଆଜି ସାକ୍ଷୀଗୋପାଳ ସତସଙ୍ଗ ବିହାର ଆନୁକୁଲ୍ୟରେ , ଆଞ୍ଚଳିକ ସତସଙ୍ଗୀ ଓ କର୍ମୀମାନଙ୍କ ସହାୟତାରେ ପାଳିତ ହୋଇଯାଇଛି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୦୨ତମ ସାକ୍ଷୀଗୋପାଳ ଆଗମନୀ ସ୍ମୃତି ମହୋତ୍ସବ ତଥା ଷୋଡ଼ଶ ବାର୍ଷିକ ଶ୍ରୀମନ୍ଦିର ଉଦବୋଧନ ସ୍ମୃତି ମହୋତ୍ସବ ।
ପ୍ରତ୍ୟୁଷରେ ବେଦ ମାଙ୍ଗଳିକ ପରେପରେ,ଉଷା କୀର୍ତ୍ତନ, ତାପରେ ଉଷା ବିନତୀ ପ୍ରାର୍ଥନା ଏବ୐ ଗ୍ରନ୍ଥ ପାଠ କରାଯାଇଥିଲା। ତତ୍ପରେ ପୁରୀ ଠାରୁ ଆଗତ ରଥାରୂଢ ଶ୍ରୀ ଶ୍ରୀ ଠାକୁରଙ୍କର ଶୋଭାଯାତ୍ରା ସହ ନଗର ପରିକ୍ରମା ହୋଇଥିଲା।

ସତସଙ୍ଗ ବିହାର ଆନୁକୁଲ୍ୟରେ ସତସଙ୍ଗ ପୂର୍ବରୁ ଆୟୋଜିତ ହୋଇଥିଲା ଭଜନାଞ୍ଜଳି କାର୍ଯ୍ୟକ୍ରମ। ଭଜନାଞ୍ଜଳି କାର୍ଯ୍ୟକ୍ରମ ପରେ ପରେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ଗୋପୀନାଥ ତ୍ରିପାଠୀ ଙ୍କ ପୌରହିତ୍ୟରେ ସତସଙ୍ଗ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ପ୍ରାୟ ୧୫୦୦ ଭକ୍ତଙ୍କ ସମାଗମ ହୋଇଥିଲା।

ସତସଙ୍ଗରେ ବିନତୀ ପ୍ରାର୍ଥନା ପରେ ପରେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ସାହୁ ଦ୍ଵାରା ସତ୍ୟାନୁସରଣ ପାଠ ଏବ୐ ତତ୍ପରେ ସ୍ମରଣିକା ତପୋଦୀପାଳି ର ଉନ୍ମୋଚନ କରାଯାଇଥିଲା ।

ତତ୍ପରେ ଯାଜକ କର୍ମୀ ରାଖାଲ ଚନ୍ଦ୍ର ଚାନ୍ଦ, ଜୟପ୍ରକାଶ ଦାସ, କ୍ଷିତି ମୋହନ ପ୍ରଧାନ ଙ୍କ ଦ୍ବାରା ଭଜନ ଓ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ବୈରାଗୀ ଚରଣ ସାହୁ ଙ୍କ ଦ୍ବାରା କୋରସ ଗାନ କରାଯାଇଥିଲା। ତତ୍ପରେ ବିନ୍ଦୁସାଗର ଗାଙ୍ଗୁଲୀ କୀର୍ତ୍ତନ ପରିବେଷଣ କରିଥିଲେ। ସତସଙ୍ଗ ରେ ଭଜନ, କୀର୍ତ୍ତନ ଏବ୐ କୋରସ ବେସ୍ ମନମୁଗ୍ଧକର ଥିଲା।

ପରେ ପରେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ନିରଞ୍ଜନ ବେହେରା ପ୍ରାରମ୍ଭିକ ସୂଚନା ଦେଇଥିଲେ । ତତ୍ପରେ ବେଦଦ୍ୟୁତି ସାହୁ ନିଜର ଅନୁଭୁତିର କଥା କହିଥିଲେ ଏବ୐ ଏହାପରେ ମୁଖ୍ୟ ବକ୍ତା ରୁପେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ଶ୍ରୀଧରସୁନ୍ଦର ମିଶ୍ର ଓ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ସଂଜୀବ ନାୟକ ନିଜର ଅନୁଭୁତିର କଥା କହିବା ସହିତ ଠାକୁରଙ୍କ ମାର୍ଗରେ ନିଜକୁ ପରିଚାଳିତ କରିବା ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ।

ସର୍ବଶେଷରେ ଶ୍ରୀ ପ୍ରହଲ୍ଲାଦ ଘଟୁଆରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ତତ୍ପରେ ସମବେତ କୀର୍ତ୍ତନ, ପରେ ପରେ ବନ୍ଦେପୁରୁଷୋତ୍ତମ ଧ୍ୱନି ସହ ସମାପନ ହୋଇଥିଲା ସତସଙ୍ଗ କାର୍ଯକ୍ରମ । ଭକ୍ତମାନଙ୍କ ମଧ୍ୟରେ ସତସଙ୍ଗ ପ୍ରତି ଏକ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା।

ସତସଙ୍ଗ ପରେ ପରେ ଭକ୍ତମାନେ ଆନନ୍ଦବଜାର ରେ ପ୍ରସାଦ ସେବନ କରି ଶ୍ରୀ ଶ୍ରୀ ଠାକୁର ଙ୍କର ଭାବଧାରା କୁ ସାଙ୍ଗରେ ନେଇ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply