Home / ମୁଖ୍ୟ ଖବର / ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ଙ୍କ ବିୟୋଗ ରେ ସାରା କାକଟପୁର ସ୍ତବ୍ଧ

ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ଙ୍କ ବିୟୋଗ ରେ ସାରା କାକଟପୁର ସ୍ତବ୍ଧ

କାକଟପୁର ଆଜି କାକଟପୁର ସେବାୟତ ପରିବାର ରୁ ହୃଷିକେଶ ଙ୍କୁ ହରାଇଛି, ଗତ କିଛି ଦିନ ହେବ ସେ ଶଯ୍ୟାଶାୟୀ ଥିଲେ ହଟାତ ଆଜି ତାଙ୍କ ନିଶ୍ୱାସ ପ୍ରଶ୍ୱାସ ସେ ବାଧା ଉପଜିଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଦ୍ୱାରା ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।

ସେ ପ୍ରଥମେ ଖୋର୍ଦ୍ଧା ନିକଟସ୍ଥ ହଳଦିଆ ଠାରେ ଶିକ୍ଷକ ଜୀବନ ଆରମ୍ଭ କରି ପରେ ପିପିଲି ମାଧିପୁର କାକଟପୁର ପ୍ରାଥମିକ ବିଦ୍ୟାଳୟ, ବାଜପୁର ବିଦ୍ୟାଳୟ ଓ ଶେଷରେ କାକଟପୁର ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଦାୟିତ୍ୱ ନିର୍ବାହ କରିବା ସହ ରାଜ୍ୟପାଳ ପୁରସ୍କାର ପାଇ କାକଟପୁର ପାଇଁ ଗର୍ବ ଓ ଗୌରବ ଆଣିଥିଲେ, ତାଙ୍କର ଶିକ୍ଷକ ଜୀବନ କାଳ ମଧ୍ୟରେ ବହୁ ଛାତ୍ର ଛତ୍ରୀ ଙ୍କୁ ଶିକ୍ଷା ଦାନ କରି ଉଚ୍ଚ ପଦବୀରେ ବସାଇବା ସେ ନିଜକୁ ଗର୍ବ ଅନୁଭବ କରନ୍ତି, ହଠାତ ତାଙ୍କର ମୃତ୍ୟୁ ଖବର ପାଇବା ପରେ ସାରା କାକଟପୁର ସ୍ତବ୍ଧ ହୋଇଯାଇଥିଲା ଶୁବେଛୁ ମାନେ ଘର ପାଖକୁ ଧାଇଁ ଆସିଥିଲେ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ଦୀକ୍ଷିତ ଶେଷ ଦର୍ଶନ କରିଥିଲେ,ତାଙ୍କର ମର ଶରୀର କୁ ଏକ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରି ନିଜ ଗାଁ ସ୍ମଶାନ ରେ ଦାହ କରାଯାଇଥିଲା, ଶୋଭାଯାତ୍ରା ରେ ବହୁ ବୁଦ୍ଧିଜୀବୀ, ପୁରାତ୍ତନ ଛାତ୍ର,ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା,ଜମେଶ୍ୱର ଦୀକ୍ଷିତ,ହିମାଂଶୁ ଭୂଷଣ ଦୀକ୍ଷିତ,ଚିତ୍ତରଞ୍ଜନ ପଣ୍ଡା, ଦେବରାଜ ଦୀକ୍ଷିତ, ଦୁଷ୍ମନ୍ତ ଦୀକ୍ଷିତ, ଅଭିରାମ ଦୀକ୍ଷିତ, ସରପଞ୍ଚ ଅଭୟ କୁମାର ସେଠି, ଦେବାଶିଷ ଦୀକ୍ଷିତ, ବେଣୁଧର ସୁଆର, ସପନୀ ପଣ୍ଡା ଉପସ୍ଥିତ ଥିବା ବେଳେ ବଡ଼ ପୁଅ ସବ୍ୟସାଚୀ ଦୀକ୍ଷିତ (ଚିକୁ ) ମୁଖାଗ୍ନି ଦେଇଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply