Home / ମୁଖ୍ୟ ଖବର / ମା ତାରିଣୀ କ୍ରିକେଟ କପ କ୍ବାଟର ଫାଇନାଲରେ ଯଦୁପୁର ଭୁବନେଶ୍ୱର କୁ ହରାଇ ଏମସିସି ଜଗତସିଂହପୁର ବିଜୟୀ

ମା ତାରିଣୀ କ୍ରିକେଟ କପ କ୍ବାଟର ଫାଇନାଲରେ ଯଦୁପୁର ଭୁବନେଶ୍ୱର କୁ ହରାଇ ଏମସିସି ଜଗତସିଂହପୁର ବିଜୟୀ

କାକଟପୁର ୨/୩ /ଅସ୍ତରଙ୍ଗ ରେ ମା ତାରିଣୀ ସ୍ପୋର୍ଟିଂ କ୍ଲବ୍ ଦ୍ୱାରା ନିକଟସ୍ଥ ଚୌଧୁରୀ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା ର ତୃତୀୟ କ୍ବାଟର ଫାଇନାଲ ଗୁରୁବାର ଦିନ ଯଦୁପୁର ଭୁବନେଶ୍ୱର ଏବଂ ଏମସିସି ଜଗତସିଂହପୁର ମଧ୍ୟରେ ଆୟୋଜିତ ହୋଇଯାଇଛି| ସଭାପତି ମନୋଜ ବିଶ୍ୱାଳ ,କ୍ରୀଡା ସମ୍ପାଦକ ସମୀର କୁମାର କର ,ସଂଯୋଜକ ସୁଦୀପ୍ତ ରାଉତ, ସରୋଜ ପ୍ରଧାନ ,ସଂଜୟ ପ୍ରଧାନ, ଦିଲ୍ଲୀପ ଦାସ, ମହେଶ ସାର, ପ୍ରକାଶ ବେହେରା ରମାରଞ୍ଜନ ମହାନ୍ତି, ଏବଂ କ୍ଳବ ର ଅନ୍ୟ ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହି ମ୍ୟାଚ ପରିଚାଳନା କରିଥିଲେ । ପ୍ରଥମେ ଯଦୁପୁର ଭୁବନେଶ୍ୱର ଅଧିନାୟକ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୧୦ ରନ୍ ସଂଗ୍ରହ କରିଥିଲେ । ଦ୍ଵିତୀୟ ଇନୀଙ୍ଗିସ ରେ୧୧୧ ରନ ଲକ୍ଷ୍ୟର ପିଛା କରି ଏମସିସି ଦଳ ୧୯ଓଭରରେ ୭ ଉଇକେଟ୍ ହରାଇ ମ୍ୟାଚ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛି ।ଦଳ ପକ୍ଷରୁ ସ୍ୱାଗତ ୪ ଓଭର ବୋଲିଂ କରି ୫ରନ ଦେବା ସହିତ ୪ଟି ଉଇକେଟ ଅକ୍ତିଆର କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ରୂପେ ବିବେଚିତ ହୋଇ ଥିଲେ। ଦକ୍ଷ ଅମ୍ପେୟାର ସୁରେଶ ତ୍ରିପାଠୀ ଏବଂ କୁମାର ବାପି ଖେଳ ପରିଚାଳନା କରିଥିଲେ। ମହେଶ ସାର,ଦୀପକ ଦାସ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply